October 23, 2025
Home » ହରଭଙ୍ଗା ଖଣ୍ଡ କେଳାକଟା ଠାରେ ବିଜୟା ଦଶମୀ ଉତ୍ସବ ପାଳନ l

ହରଭଙ୍ଗା ଖଣ୍ଡ କେଳାକଟା ଠାରେ ବିଜୟା ଦଶମୀ ଉତ୍ସବ ପାଳନ l

0
WhatsApp Image 2025-10-12 at 7.13.38 PM

 

ସୁବର୍ଣ୍ଣପୁର:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତ ବାର୍ଷିକୀ ଉତ୍ସବ, ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଖଣ୍ଡ କେଳାକଟା ଠାରେ ଆଜି ସମାରୋପ କାର୍ଯ୍ୟକ୍ରମ କେଳାକଟା ଶାଖା ସ୍ୱୟଂସେବକ ମାନଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଥିଲା l ହରଭଙ୍ଗା ଖଣ୍ଡ ସଂଘ ଚlଳକ ମାନନୀୟ ରାଜକିଶୋର ଅଗ୍ରୱାଲ ସଂଘର 1925 ମସିହା ପ୍ରତିଷ୍ଠା ଠାରୁ ଘାତ ପ୍ରତିଘାତ କୁ ଭୃକ୍ଷେପ ନ କରି, ସଂଘ ର କାର୍ଯ୍ୟ ବିସ୍ତାର ର ଉଦାହରଣ ମାନ, ତାଙ୍କ ବୌଦ୍ଧିକ ରେ ରଖିଲେ l ବର୍ତ୍ତମାନ ଦେଶରେ ଅନ୍ତର ଓ ବହିର ଆକ୍ରମଣ ର ଯୋଜନା, ତଥା ଅନୁପ୍ରବେଶ କାରି ଙ୍କୁ ଦମନ କରାଯିବ, ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ମାତ ରଖିଥିଲେ l ଯେଉଁ ଜିହlଦୀ ମାନସିକତା ରେ, ହିନ୍ଦୁ ଙ୍କୁ ବିଭିନ୍ନ ଆଳରେ ଫସlଯାଉଛି, ସେଥିରୁ ବଂଚିତ ରହିବା ଜରୁରୀ ଆଗ୍ରହ ରଖିଥିଲେ l ଆଗାମୀ ବର୍ଷ ତମାମ ସଂଘ ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ପାଳନ କରିବା ସଙ୍ଗେ ସଙ୍ଗେ, ପର୍ଯ୍ୟlବରଣ କୁ ପ୍ରାଧ୍ୟାନ ଦେଇ, ଫଳ, ଫୁଲ ଓ ଛାଇ ଦେଉଥିବା ଗଛ ହିଁ ରୋପଣ କରିବା ପାଇଁ ଆଗ୍ରହ ରଖିଥିଲେ l ଜନ୍ମଭୂମି ଭାରତକୁ ସମୃଦ୍ଧିଶାଳୀ କରିବା ପାଇଁ ଉତ୍ତମ ନାଗରିକ ହିସାବରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ବିଷୟରେ ସ୍ୱୟଂ ସେବକ ମାନଙ୍କୁ ଅବଗତ କରାଇଥିଲେ l ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭୁଲାଲ ପ୍ରଧାନ ଯୋଗଦେଇଥିଲେ । ସର୍ବଶ୍ରୀ ପୂର୍ଣ୍ଣିଚନ୍ଦ୍ର ଗାଈଗୋୖରିଆ,ରଘୁନାଥ ଷଡ଼ଙ୍ଗୀ,ଶେଷଦେବ ଛନ୍ଦ,ଶିବରାମ ସାହୁ, ବିଜୟ କୁମାର ସାହୁ,ଜଗନ୍ନାଥ ମେହେର ଶେଷ ଭାଇ, ଓ ହର ଭାଇ ପ୍ରମୁଖ ଉପସ୍ଥିତ ଥିବାବେଳେ ନିର୍ଗୁଣ ମହାକୁଡ଼, ଗୋବର୍ଦ୍ଧନ କର୍ଣ୍ଣ, ତ୍ରିନାଥ ପାଢ଼ୀ, ଆନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *