ହାଇ ଗ୍ରେଡ ମିନେରାଲ ପ୍ରାଇଭେଟ୍ ଲିମିଟେଡ ର ଜନ ଶୁଣାଣି ସଫଳ**

ଯୋଡ଼ା ୨୧/୦୩/୨୫:କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ବଡ଼ବିଲ ତହସିଲ ଅନ୍ତର୍ଗତ ଦୂବୁନା ଗ୍ରାମରେ ୬.୯୮ ଏକର ପରିମିତ ଅଂଚଳରେ ମେସର୍ସ ହାଇଗ୍ରେଡ ମିନେରାଲ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ୯.୬ ଟିପି.ଏ କ୍ଷମତା ବିଶିଷ୍ଟ ଲୌହ ଖଣିଜ ବେନିଫିକେସନ୍ ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କତୃପକ୍ଷ ଓଡ଼ିଶା ଦ୍ଵାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ ଅନୁଷ୍ଟିତ ହୋଇ ଯାଇଛି ।ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର କେନ୍ଦୁଝର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର,ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ରହି ସ୍ଥାନୀୟ ଗ୍ରାମବାସୀ ଙ୍କ ମତାମତ ଶୁଣିଥିଲେ ।ଏହି ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବା ସ୍ଥାନୀୟ ଅଞ୍ଚଳ ବାସୀ ନିଜ ନିଜ ର ମତ ଦେଇଥିଲେ ।ପ୍ରାୟ ୨୧ ଜଣ କମ୍ପାନୀ ସପକ୍ଷରେ ମତ ଦେଇ ଜନ ଶୁଣାଣି କୁ ସଫଳ କରାଇଥିଲେ। ଅଞ୍ଚଳରେ ଗମନାଗମନ ପାଇଁ ରାସ୍ତା ନିର୍ମାଣ,ପ୍ରଦୂଷଣ ନିୟନ୍ତ୍ରଣ ର ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ,ସ୍ୱାସ୍ଥ୍ୟ ସୁବିଧା ,ଆଲୋକ ବ୍ୟବସ୍ଥା ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଲୋକେ ଦାବି ରଖିବା ସହ ବିଶେଷ କରି ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ ଜନସାଧାରଣ କହିଥିଲେ ।ଶେଷରେ ପ୍ରକଳ୍ପ କତୃପକ୍ଷ ଙ୍କ ତରଫରୁ ସ୍ଥାନୀୟ ଲୋକଙ୍କ ଦାବି ଗୁଡ଼ିକ ଉପରେ ଗୁରୁତ୍ବ ଦିଆଯିବା କହିବା ସହିତ ପ୍ରକଳ୍ପ ଆରମ୍ଭ ହେଲେ ଏଥିପ୍ରତି ଦୃଷ୍ଟି ଦିଆ ଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା ।ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ବାମେବାରି ଥାନା ପକ୍ଷରୁ ପୋଲିସ ମୁତୟନ ଥିଲେ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।