ହୃଦରୋଗ ରେ ପିଡୀତ ହର୍ଷବର୍ଦ୍ଧନଙ୍କ ଘରେ ପହଞ୍ଚିଲେ ଏସପି ଓ କଟକ ଡ଼ାକ୍ତରୀ ଦଳ

ପ୍ରାସାସନିକ ଅଧିକାରୀ ହୋଇ ବି ମାନବିକତା କୁ ଭୁଲି ନାହାନ୍ତି
ସୁବର୍ଣ୍ଣପୁର:ହୃଦରୋଗରେ ପିଡୀତ ୧୫ ବର୍ଷୀୟ ହୃଦ୍ରୋଗୀ ତଥା ସାମ୍ୱାଦିକ ଯୁଧିଷ୍ଟିର ସାହୁଙ୍କ ପୁଅ ହର୍ଷବର୍ଦ୍ଧନ ଙ୍କ ବାସଭବନ ରେ ପହଁଚିଲେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଓ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା କରି ରୋଗୀ ର ସ୍ୱାସ୍ଥ୍ୟ ଅବସ୍ଥା ବୁଝି ନିରୀହ ପରିବାର କୁ ସାହସ ଯୋଗାଇଥିଲେ l କଟକ ଏସ୍ ସି ବି ମେଡ଼ିକାଲ ର ପ୍ରାକ୍ତନ ଅଧୀକ୍ଷକ ତଥା ନେସନାଲ ମେଡିକାଲ୍ କାଉନସିଲ ମେମ୍ବର ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ଯ ପିଡୀତ ଙ୍କ ଘରେ ପହଞ୍ଚି ଭିଡିଓ କଲ ମାଧ୍ୟମରେ କଟକ ବଡ଼ ଡ଼ାକ୍ତରଖାନାର କାଡିଓଲୋଜି ମୁଖ୍ୟ ଡ଼ାକ୍ତର ମନୋଜ ପଟ୍ଟନାୟକ ଓ ଡାକ୍ତରୀ ଦଳ ସହ ରୋଗୀ ର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଓ ଅପରେସନ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ l ଚାରି ପାଞ୍ଚ ଦିନ ପୂର୍ବରୁ ସାମ୍ୱାଦିକ ଙ୍କ ଠାରୁ ଏ ଖବର ଶୁଣି ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମଧ୍ୟ ଓଡ଼ିଶା ସାମ୍ୱାଦିକ ସଂଘ ଜିଲ୍ଲା ଶାଖା କର୍ମକର୍ତ୍ତାଙ୍କ ସହ ପହଞ୍ଚି ହର୍ଷବର୍ଦ୍ଧନ ର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ସରକାରୀ ସ୍ଥରରେ ଉଚ୍ଚ ଓ ଉତ୍ତମ ଚିକିତ୍ସା ପାଇଁ ଫୋନ୍ ମାଧ୍ୟମରେ ପରାମର୍ଶ କରିଥିଲେ l ଏହି ସମୟରେ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ହର୍ଷବର୍ଦ୍ଧନ ଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା କରିଥିଲେ l ଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ପରେ ଡାକ୍ତର ହୋତା ଏଠାରେ ପହଞ୍ଚି ପିଡୀତ ଙ୍କ ସ୍ୱାସ୍ଥ୍ୟ ଓ ପୂର୍ବରୁ ଚିକିତ୍ସା କରିଥିବା ସବୁ ଡକ୍ୟୁମେଣ୍ଟ ଯାଞ୍ଚ କରି ସ୍ଥିତି ପରଖି ଥିଲେ l ଏ ଖବର ପ୍ରଚାର ପରେ ସ୍ଥାନୀୟ କୋଶଳ ଆବାସିକ ବିଦ୍ୟାଳୟ ପକ୍ଷରୁ ୫ ହଜାର ଟଙ୍କା, ମହାରାଜା ହାଇସ୍କୁଲ ୧୯୯୧ ବ୍ୟାଚ୍ ପକ୍ଷରୁ କୋଡିଏ ହଜାର ଟଙ୍କା ପିଡୀତ ଙ୍କ ପିତାମାତା ଙ୍କୁ ସହାୟତା ପ୍ରଦାନ କରାଯାଇଛି ଓ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଡାକ୍ତରୀ ଦଳ, ସାମ୍ୱାଦିକ ସଂଘ ଓ ହର୍ଷବର୍ଦ୍ଧନ ଙ୍କ ପଡିଶା ଲୋକ ଙ୍କ ପକ୍ଷରୁ ମା ସୁରେଶ୍ଵରୀ ଓ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ର ନରସିଂହ ବାବା ଙ୍କ ଠାରେ ପିଡୀତ ଙ୍କ ପାଇଁ ଆରୋଗ୍ୟ କାମନା କରାଯାଇଛି l ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ଡାକ୍ତର ହୋତା ଙ୍କ ସମେତ ଜିଲ୍ଲା ପ୍ରଶାସନ, ଓଡ଼ିଶା ସାମ୍ୱାଦିକ ସଂଘ ଓ ସ୍ବେଛାସେବୀ ଓ ଶିକ୍ଷା ଅନୁଷ୍ଠାନ ର ଏ ମହନୀୟତା କାର୍ଯ୍ଯ କୁ ବୁଦ୍ଧିଜୀବି ମହଲ ରେ ଉଚ୍ଚ ପ୍ରଶଂସା କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..