March 28, 2026
Home » ହୋଇପାରିଲା ନାହିଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ କାର୍ଯ୍ୟ

ହୋଇପାରିଲା ନାହିଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ କାର୍ଯ୍ୟ

0
WhatsApp Image 2026-03-27 at 6.55.40 PM

ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ କାର୍ଯ୍ୟ ଆରଂଭ ହୋଇପାରିଲା ନାହିଁ। ଏକାଧିକ ଥର ଶ୍ରୀ ମନ୍ଦିର ପ୍ରଶାସନ ର ବୈଠକ ଅନୁଷ୍ଠିତ ହେଉଥିଲେ ମଧ୍ୟ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇପାରୁନି। ଯାହାକୁ ନେଇ ଶ୍ରୀମନ୍ଦିର ସେବାୟତ, ଜଗନ୍ନାଥ୍ ସଂସ୍କୃତି ଗବେଷକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ର ଆନ୍ତରିକତା ଅଭାବ କୁ ଦାୟୀ କରିଛନ୍ତି ସେବାୟତ ଓ ଜଗନ୍ନାଥ୍ ସଂସ୍କୃତି ଗବେଷକ। ଶ୍ରୀମନ୍ଦିର ସେବାୟତ ଙ୍କ ପିଲା ଙ୍କୁ ଆଗାମୀ ଦିନରେ ଏକ ଉତ୍ତମ ସେବାୟତ ଭାବେ ତିଆରି କରିବା ଲକ୍ଷ୍ୟରେ ଏହି ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ ର ଉଦ୍ଦେଶ୍ୟ ରହିଛି। ସିବିଏସି ଢାଞ୍ଚାରେ ଶିକ୍ଷାଦାନ ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତି, ପରମ୍ପରା ସମ୍ପର୍କରେ ସେବାୟତ ଘର ର ବିଦ୍ୟାର୍ଥୀ ଙ୍କୁ ଶିକ୍ଷାଦାନ ପାଇଁ ଏହି ଆଦର୍ଶ ଗୁରୁକୁଳ ର ପାଠ୍ୟକ୍ରମ ରେ ରଖାଯାଇଛି। ଏହା ଦ୍ଵାରା ସେବାୟତ ଙ୍କ ପିଲା ମାନେ ଆଧୁନିକ ଶିକ୍ଷା ଲାଭ କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି, ପରମ୍ପରା, ନିତିକାନ୍ତି ବିଷୟ ରେ ପିଲାଦିନ ରୁ ଶିକ୍ଷା ଲାଭ କଲେ ଆଗାମୀ ସେବାୟତ ପୀଢ଼ି ଉଚ୍ଚ ଶିକ୍ଷିତ ହେବା ସଙ୍ଗେ ସଙ୍ଗେ ଜଗନ୍ନାଥ ସଂସ୍କୃତି ପରମ୍ପରା କୁ ସୁରକ୍ଷା ଦେବେ। ଏହା ଦ୍ଵାରା ଜଗନ୍ନାଥ ସଂସ୍କୃତି ଆଗାମୀ ଦିନରେ ଅଧିକ ବ୍ୟାପକ ହୋଇପାରିବ। ଏବେ ସେବାୟତ ଘରର ବିଦ୍ୟାର୍ଥୀ ମାନେ ପୁରୀ ରେ ଥିବା ଅନେକ ଘରୋଇ ଇଂରାଜୀ ମିଡ଼ିଅମ୍ ସ୍କୁଲ ରେ ପାଠ ପଢୁଛନ୍ତି। ସେଠାରେ ଜଗନ୍ନାଥ ସଂସ୍କୃତି, ପରମ୍ପରା ବିଷୟ ରେ କୌଣସି ଶିକ୍ଷା ବ୍ୟବସ୍ଥା ନାହିଁ। ଏହା ଦ୍ଵାରା ଜଗନ୍ନାଥ ଙ୍କ ସେବକ ଙ୍କ ଆଗାମୀ ପିଢ଼ି ଜଗନ୍ନାଥ୍ ସଂସ୍କୃତି ସୁରକ୍ଷା ରେ କେତେ ସଫଳ ହେବେ ସେ ନେଇ ସେବାୟତ ଓ ଜଗନ୍ନାଥ୍ ସଂସ୍କୃତି ଗବେଷକ ଆଶଙ୍କା ପ୍ରକାଶ କରିଛନ୍ତି। ସେବକ ଘର ବିଦ୍ୟାର୍ଥୀ ମାନେ ଆଧୁନିକ ଶିକ୍ଷା ପଛରେ ପଡ଼ିଲେ କିଏ ଜଗନ୍ନାଥ୍ ସଂସ୍କୃତି ର ସୁରକ୍ଷା ଦେବ ସେ ନେଇ ଜଗନ୍ନାଥ୍ ସଂସ୍କୃତି ଗବେଷକ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ଏହି ଆଶଙ୍କା କୁ ଦୂରୀଭୂତ କରିବା ପାଇଁ ତଥା ସେବାୟତ ଙ୍କ ପିଲା ଙ୍କୁ ଆଧୁନିକ ପାଠ ପଢା ସହ ଜଗନ୍ନାଥ୍ ସଂସ୍କୃତି, ପରମ୍ପରା ସମ୍ପର୍କରେ ଶିକ୍ଷାଦାନ ପାଇଁ ଶ୍ରୀ ମନ୍ଦିର ପରିଚାଳନା କମିଟି ରେ ନିଷ୍ପତ୍ତି ହୋଇଥିଲା। ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଯାହାକୁ ନେଇ ଜଗନ୍ନାଥ୍ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି।

ଶ୍ରୀମନ୍ଦିର ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଆଦର୍ଶ ଗୁରୁକୁଳ ପ୍ରସ୍ତାବ ବହୁତ୍ ଦିନର। ଅନେକ ବୈଠକ ଓ ଘୋଷଣା ମଧ୍ୟ ଏହି ପ୍ରକଳ୍ପ ପାଇଁ ହୋଇଥିଲା। ପୁରୀ ସହର ମାଟିତୋଟା ଅଞ୍ଚଳରେ ୧୯.୩୮ ଏକର ଜାଗାରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ନର୍ସରୀ ରୁ ଦ୍ୱାଦଶ ଶ୍ରେଣୀ ଯାଏ ସିବିଏସଇ ପାଠ୍ୟକ୍ରମ ଢାଞ୍ଚାରେ ଶିକ୍ଷାଦାନ କରାଯିବ। ଆଧୁନିକ ଶୈଳୀରେ ପାଠ ପଢ଼ା ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବ। ଏହି ଗୁରୁକୁଳ ରେ ମନ୍ଦିର, ଯଜ୍ଞଶାଳା, ପିଲାଙ୍କ ପାଇଁ ଖେଳ ପଡ଼ିଆ , ହଷ୍ଟେଲ ଓ ଡାଇନିଂ ଆଦି ନିର୍ମାଣ ହେବ। ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀ ମନ୍ଦିର ପ୍ରଶାସନ କୁ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଅବଢ଼ା ଯୋଜନାରେ ଗୁରୁକୁଳ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ସୋଶାଇଟ ଗଠନ ବହୁ ଦିନରୁ ହୋଇଚି। ହେଲେ ଆଜି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ।ଶ୍ରୀ ମନ୍ଦିର ସେବୟତ ଶରତ ମହାନ୍ତି ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳ ର ଅନେକ ଉପାଦେୟତା ରହିଛି। ସେବାୟତ ଘର ପିଲା ଙ୍କ ଜ୍ଞାନ ର କିଭଳି ଅଭିବୃଦ୍ଧି ଘଟିବ, ଜଗନ୍ନାଥ୍ ସଂସ୍କୃତି ବିଧି, ପରମ୍ପରା ସମ୍ପର୍କରେ ଶିକ୍ଷା ଲାଭ କରିବାର ଉଦ୍ଦେଶ୍ୟ ନେଇ ଏହି ସ୍ୱତନ୍ତ୍ର ଗୁରୁକୁଳ ର ପରିକଳ୍ପନା କରାଯାଇଛି। ସେବାୟତ ଙ୍କ ଆଗାମୀ ପିଢ଼ିଙ୍କର କିଭଳି ଆଚରଣ ଉଚ୍ଚାରଣରେ ସ୍ଥିରତା ଆସିବ ସେଥି ପାଇଁ ସମସ୍ତେ ଚନ୍ତିତ। ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତା ନିକଟ ରେ ଏନେଇ ଏକ କମିଟି ବୈଠକ ବସି ଏହି ଆଦର୍ଶ ଗୁରୁକୁଳ ପ୍ରକଳ୍ପ କାର୍ଯ୍ଯ ଯଥାଶୀଘ୍ର ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ସଂସ୍କୃତ , ବେଦ, ବିଜ୍ଞାନ ଭିତ୍ତିକ ଶିକ୍ଷା ଏହି ଆଦର୍ଶ ଗୁରୁକୁଳ ରେ ଶିକ୍ଷାଦାନ କରାଯିବ। ଏହା ଦ୍ଵାରା ସେବାୟତ ଙ୍କ ଆଗାମୀ ପିଢ଼ି ଉଚ୍ଚ ଶିକ୍ଷିତ ହେବା ସହ ଜଗନ୍ନାଥ୍ ସଂସ୍କୃତି ପରମ୍ପରା କୁ ସୁରକ୍ଷା ଦେବେ। ତେବେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ହେବାରେ ଲାଗିଛି। ଉଭୟ ସରକାର ଓ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବାର ଆବଶ୍ୟକତା ରହିଛି।ଜଗନ୍ନାଥ୍ ସଂସ୍କୃତି ଗବେଷକ ପ୍ରଫେସର ହରେକୃଷ୍ଣ ଶତପଥୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳ ଜଗନ୍ନାଥ ସଂସ୍କୃତି ପରମ୍ପରା କୁ ଆଗାମୀ ଦିନରେ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ହେବା ଉଚିତ୍। ତେବେ ନିକଟ ରେ ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶ୍ରୀ ମନ୍ଦିର ସାଂସ୍କୃତିକ ସବ୍ କମିଟି ବୈଠକ ରେ ଏ ନେଇ ଆଲୋଚାନା ହୋଇଚି। ଆଦର୍ଶ ଗୁରୁକୁଳ ପ୍ରକଳ୍ପ ନିର୍ମାଣ ପାଇଁ ଯାହା ଜମିଜମା ସମସ୍ୟା ଓ ବିବାଦ ରହିଚି ତାହା ଯଥା ଶୀଘ୍ର ପୁରୀ ଜିଲାପାଳ ଓ ଏସପି ପଦକ୍ଷେପ ନେବାକୁ ଗଜପତି ମହାରାଜା କହିଛନ୍ତି। ତେବେ ଏହି ପ୍ରକଳ୍ପ କାର୍ଯ୍ୟ ର ପ୍ରାରମ୍ଭିକ ସର୍ଭେ କାର୍ଯ୍ଯ ଓବିସିସି ପକ୍ଷରୁ ଆରଂଭ ହୋଇ ସାରିଛି। ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ଆମର ଆଶା ରହିଛି।ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତି ର ସୁରକ୍ଷା ଓ ଅଧିକ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବହୁତ୍ ଗୁରୁତ୍ଵ ଦେଉଛନ୍ତି। ଏ ନେଇ ଅନେକ ପଦକ୍ଷେପ ନେଇଥିବା ବେଳେ ଅନେକ ପ୍ରକଳ୍ପ ଘୋଷଣା କରିଛନ୍ତି। ତେବେ ଆଦର୍ଶ ଗୁରୁକୁଳ ନିର୍ମାଣ ଆମେ ୭୦ ପ୍ରତିଶତ ପାଚେରୀ ନିର୍ମାଣ କରିସାରିଛୁ। ତେବେ ଆଉ କିଛି ଜବର ଦଖଲ ରହିଚି। ସେଗୁଡ଼ିକୁ ଖୁବ୍ ଶୀଘ୍ର ଉଚ୍ଛେଦ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।

puri ru soubhagya pattanayak nka report

Leave a Reply

Your email address will not be published. Required fields are marked *