July 28, 2025
Home » ୧୪୩ ଛାତ୍ର ଛାତ୍ରୀଙ୍କୁ ୩ ଶିକ୍ଷକ, ପାଠପଢା ବାଧାପ୍ରାପ୍ତ।

୧୪୩ ଛାତ୍ର ଛାତ୍ରୀଙ୍କୁ ୩ ଶିକ୍ଷକ, ପାଠପଢା ବାଧାପ୍ରାପ୍ତ।

0
WhatsApp Image 2025-07-19 at 1.53.48 PM

ଗ୍ରାମବାସୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ….

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କଦଳିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀଙ୍କ ଦ୍ୱାରସ୍ତ ହୋଇଥିବା ଜଣାଯାଇଛି l ଅଭିଯୋଗ ଅନୁଯାଇ କଦଳୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୩ ଜଣ ଛାତ୍ରଛାତ୍ରୀକୁ ପାଠ ପଢ଼ାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି ଫଳରେ ପାଠ ପଢାଇବାରେ ବ୍ୟାଘାତ ହେଉଥିବା ଅଭିଯୋଗ କରିଛନ୍ତି l ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଅପଗ୍ରେଡ଼ କରିବା ପାଇଁ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି l ଅନୁଧ୍ୟାନ କରି ସମସ୍ୟାର ସମାଧାନ କରାଯିବ ବୋଲି ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ପ୍ରକାଶ କରିଥିବା ସୂଚନା ମିଳିଛି l ଦାବିପତ୍ର ଦେବା ସମୟରେ କଦଳିମୁଣ୍ଡା ପଞ୍ଚାୟତ ନାଏବ ସରପଞ୍ଚ ସୁରେଶ ଚନ୍ଦ୍ର ବୋଡ଼କିଆ, ୱାର୍ଡ ମେମ୍ବର ଅଜିତ ବୋଡ଼କିଆ, ସୁଶାନ୍ତ ନାଏକ,ସେତୁରାମ ଭକ୍ତ, କୌଶିକ ଖମାରି, ତ୍ରିଲୋଚନ ବୋଡ଼କିଆ,ମଧୁସଦନ ଖମାରି, ରୁଗଧର ଖମାରି ପ୍ରମୁଖ ଉପସ୍ଥିତ ଥିବାବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ଦାବି ପୂରଣ କରାନଯାଏ ତେବେ ବିଦ୍ୟାଳୟକୁ ତାଲା ମାରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ ….

Leave a Reply

Your email address will not be published. Required fields are marked *