February 10, 2026
Home » ୧୫° ” ଜାତୀୟ ସ୍ତରୀୟ ନାଟକ ମହୋତ୍ସବ- ୨୦୨୫ ଉଦ୍‌ଘାଟିତ

୧୫° ” ଜାତୀୟ ସ୍ତରୀୟ ନାଟକ ମହୋତ୍ସବ- ୨୦୨୫ ଉଦ୍‌ଘାଟିତ

0
WhatsApp Image 2025-03-21 at 4.40.04 AM

ରଙ୍ଗଶାଳା” ପକ୍ଷରୁ ଆୟୋଳିତ ୧୫ତମ ଜାତୀୟ ସ୍ତରୀୟ ନାଟକ ମହୋସକ ୨୦୨୫ ସ୍ଥାନୀୟ ଅନୁପୂର୍ଣା ରଙ୍ଗମଂଚ ପରିସରରେ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ବି.ଜେ.ପି କାଉନ୍ସିଲ ସଦସ୍ୟ ଶ୍ରୀ ମଧୁସୂଦନ ସିଂହାରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ହୋଟେଲ ହଲିଡ଼େ ରିସର୍ଟର ଅଧ୍ଯକ୍ଷ ରାଜକିଶୋର ପାତ୍ର, ପୁରୀ ଜିଲ୍ଲା ବିଜେପି ସମ୍ପାଦକ ରମାକାନ୍ତ ନାୟକ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ର ନିର୍ଦ୍ଦେଶକ ବନମାଳି ବିଶ୍ୱାଳ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ପୁରୀ ର ସହକାରୀ ଅଧ୍ୟାପକ ଡ଼. ବିଶ୍ଵନାଥ ମିଶ୍ର, ଆୟୋଜକ ଅନୁଷ୍ଠାନ “ରଙ୍ଗଶାଳା”ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ନାୟକ ଓ ନିର୍ଦ୍ଦେଶକ ବିକ୍ରମ କୁମାର ସାହୁଙ୍କ ସମେତ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭରତ ନାୟକ, ପୁରୀ ଜିଲ୍ଲା ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ସାମନ୍ତରାୟ ପ୍ରମୁଖ ଅତିଥିଭାବେ ରଦ୍‌ଘାଟନୀ ଉତ୍ସବରେ ଯୋଗଦାନ କରି ଆୟୋଜକ ଅନୁଷ୍ଠାନର ଏହି ମହତ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ସଭାକାର୍ଯ୍ୟ ପରେ ବିଶିଷ୍ଟ ମଂଚ କଳାକାର ଶ୍ରୀ ବରେଣ୍ୟ ପଟ୍ଟନାୟକଙ୍କୁ “ରଙ୍ଗଶାଳା ସମ୍ମାନ” ରେ ସମ୍ମାନୀତ କରାଯାଇଥିଲା ।ଉଦ୍‌ଘାଟନୀ ଉତ୍ସବରେ ଡ଼. ସୁବ୍ରତ ସଡ଼ଙ୍ଗୀଙ୍କ ନିର୍ଦ୍ଦେଶିତ ଓ ମହାକଳି ଭାସଙ୍କ ଲିତ ନାଟକ “ କଣ୍ଠଭାରମ୍” କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର, ପୁରୀର କଳାକାର ମାନଙ୍କ ଦ୍ବାରା ମଂଚସ୍ତ ହୋଇଥିଲା । ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ତ୍ୟାଗର ସ୍ୱରୂପ ଅଟେ । ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ଜୀବ ପରଂବ୍ରହ୍ମଙ୍କର ତ୍ୟାଗରୁ ହିଁ ପ୍ରାପ୍ତ । ଆଜୀବନ ନିଜ ପରିଚୟକୁ ଅନ୍ଵେଷଣ କରି ମାତା କୁନ୍ତୀଙ୍କର କୁମାରୀ ଅବସ୍ଥାରେ ଜନ୍ମଗ୍ରହଣ କରି କୌନ୍ତେୟ ସଚବରୂପରେ ଗଙ୍ଗା ନଦୀର ପବିତ୍ର ଜଳରାଶିରେ ପ୍ରବାହିତ ହୋଇ ରାଧେୟ ନାମରେ କୈଶୋର ପ୍ରାପ୍ତ କଲେ କିନ୍ତୁ ଅଙ୍ଗ ଦେଶର ରାଜା ଦାନବୀର ସୂର୍ଯ୍ୟଙ୍କ ଠାରୁ ସଂଜ୍ଞା, ପର୍ଶୁରାମଙ୍କ ଶ୍ରେଷ୍ଠ ଶିଷ୍ୟ କଣ୍ଠଙ୍କ ବିଷୟକୁ ପ୍ରତିପାଦନ କରୁଥିବା ମହାକବି ଭାସଙ୍କ ଦ୍ୱାରା ରଚିତ ସଂସ୍କୃତ ନାଟକ ଉପରେ ଆଧାରିତ ନାଟକ ପରିବେଷିତ ହୋଇଥିଲା । ଏଥିରେ ଭୂମିକାରେ ଶୁଭଲକ୍ଷ୍ମୀ ଭାରତ, ଲକ୍ଷ୍ମୀପ୍ରିୟା ସରଣ, ମୋନାଲିସା ପାତ୍ର, ଅର୍ପିତା ପ୍ରିୟଦର୍ଶନ ମଲ୍ଲ, ଶୁଶ୍ରୀ ରୋଜାଲିନ୍ ମହାରଣା, ସୁମନ ସୁବୁଦ୍ଧି, ଶୁଭମ ପାଇଟାଳ, ଅଂଶୁମାନ ଆଚାର୍ଯ୍ୟ, ଅନନ୍ତ କୁମାର ଦାଶ, ଆନନ୍ଦରାଜ ସଢ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, ଅଭିଶିଖା ମିଶ୍ର, ସବ୍ୟସାଚୀ ପତି, ରିଶିକେଶ ତ୍ରିପାଠୀ, ବିଶ୍ୱଜିତ୍ କରସିଂ, ସୁନୀଲ ଦାସ, ସ୍ବର୍ଶଲିପି ଆଚାର୍ଯ୍ୟ, କାଜ୍ଞସେନ ପଣ୍ଡା, ବେଦ ପ୍ରକାଶ ମହାପାତ୍ର, ସିଦ୍ଧାର୍ଥ ଶେଖର ସ୍ଵାଇଁ ଏଥୁସହ ମଂଚସଜ୍ଜାରେ ଜାଵେସ୍ଟର ପଣ୍ଡା, ସୁନୀଲ ଦାସ, ଆନନ୍ଦରାଜ, ପ୍ରକାଶ ବ୍ୟବସ୍ଥା ବେଦପ୍ରକାଶ ମହାପାତ୍ର, ରୂପସଜ୍ଜା- ସ୍ଵର୍ଶଲିପି ଆଚାର୍ଯ୍ୟ, ଅର୍ପିତା ପ୍ରିୟଦର୍ଶନି ମଲ୍ଲ, ବେଶ ସଜ୍ଜାରେ ଲକ୍ଷ୍ମୀପ୍ରିୟା ଶରଣ ଓ ଶୁଭଲକ୍ଷ୍ମୀ ରାଉତ, ନିର୍ଦ୍ଦେଶନା ଦେଇଥିଲେ ଡଃ ସୁବ୍ରତ ସଡ଼ଙ୍ଗୀ ଓ ସନ୍ଦୀପ୍ ଚାଟାର୍ଜୀ, ପରିକଳ୍ପନା ଓ ସହନିର୍ଦ୍ଦେଶକ ଭାବେ ସିଦ୍ଧାର୍ଥ ଶେଖର ସ୍ୱାଇଁ ଦାୟିତ୍ୱ ନିର୍ବାହ କରିଥିଲେ ।

Leave a Reply

Your email address will not be published. Required fields are marked *