December 21, 2025
Home » ୧୯ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଘାଟିତ

୧୯ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଘାଟିତ

0
WhatsApp Image 2025-12-11 at 5.43.06 PM

ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ରେଡ କ୍ରସ ଶିକ୍ଷା ଓ ତାଲିମ ଶିବିର ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ତଥା ରେଡକ୍ରସର ସଭାପତି ଡଃ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମିନାରାଣୀ ମଙ୍ଗଳ, ସମ୍ପାଦକ ତଥା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ସୋନପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗଦେଇ ଶିବିରାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତା ପାଥେୟ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବା ସହିତ ତାଲିମ ଶିବିର କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ପରାମର୍ଶ ଦେଇଥିଲେ ।


ଉଲୁଣ୍ଡା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଦେବଶିଷ ପାଣ୍ଡିଆ ମୁଖ୍ୟ ବକ୍ତା ଭାବରେ ପୋଗଦେଇ ରେଡକ୍ରସର ମୁଖ୍ୟ ଉଦ୍ଦେଶ୍ୟ ପିଲାଙ୍କୁ ବୁଝାଇବା ସହ କିପରି ନିଜ ଜୀବନରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରେଡ କ୍ରସର ଉପସଭାପତି ଗତି କୃଷ୍ଣ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶିବରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥିମାନଙ୍କ ଦ୍ବାରା ଜୁନିଅର ରେଡକ୍ରସର ମୁଖପତ୍ର ଉତ୍ସର୍ଗର ଶୁଭ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଟ ସାଧନ କର୍ମୀ ଝସକେତନ ମେହେରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ଏହି ଶିବିରରେ ୪୨୫ ଜଣ ଜୁନିଅର ଏବଂ ୧୪୩ ଜଣ ପରାମର୍ଶ ଦାତା ଅଂଶ ଗ୍ରହଣ କରିଥିଲେ । ଶିବିର ପରିଚାଳନାରେ ବିସିସି ଗୋପେଶ ପଣ୍ଡା, ବିଶ୍ୱନାଥ ପାଣିଗ୍ରାହୀ, ପବିତ୍ର ବାରିକ, ନିମେଇଁ ଚରଣ ମଲ୍ଲିକ, ବିଜୟ ପଣ୍ଡା, ବୈକୁଣ୍ଠନାଥ ନାୟକ, ସାଧନ କର୍ମୀ ଚନ୍ଦ୍ର ଶେଖର ମହାପାତ୍ର, ହୃଷିକେଶ ଡାଙ୍ଗ, ତପସ୍ୱିନୀ ଦାଶ, ହୃଷିକେଶ ଚାନ୍ଦ, ଜଗଦିଶ ଦାଶ, ଲୋକନାଥ ଠେଲା ପ୍ରମୁଖ ସହଯୋଗ କରିଥିଲେ । ଶିବିରକୁ ବରିଷ୍ଟ ସାଧନକର୍ମୀ ଚନ୍ଦ୍ରମଣୀ ବାଘ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *