୨୧ବର୍ଷ ନିଖୋଜ ପରେ ପୁଷ୍ପଲତାଙ୍କ ଘର ବାହୁଡା଼
ଆଳି, ଭୂଇଁପୁର ପଂଚାୟତ ମାନପୁର ଗାଁ ର ପୁଷ୍ପଲତା ସାମଲ ଦୀର୍ଘ ୨୧ପରେ ଘରବାହୁଡା଼ ପରିବାରରେଦୁଃଖ ର ଆନନ୍ଦ ଖେଳାଇ ଦେଇଛି, ଫକୀର ସାମଲ ଙ୍କ ସହଧର୍ମିଣୀ ପୁଷ୍ପଲତା ମାନସିକ ବିକାର ଥିବାରୁ ଫକୀର ଉତ୍ତରପ୍ରଦେଶ ରେ କାର୍ଯ୍ୟ କରୁଥିବା ସ୍ଥାନ କୁ ନେଇ ଡାକ୍ତର ପରାମର୍ଶ କରିବାର ପ୍ରୟାସ କରିଥିବା ବେଳେ ବିହାର ର ଏକ ଷ୍ଟେସନ ରେ ପୁଷ୍ପଲତା ଓଲ୍ହାଇ କେଉଁଆଡେ ଚାଲିଯାଇଥିଲେ, ସ୍ୱାମୀ ଫକୀର ବହୁ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ନ ପାଇ ଥାନାରେ ଏତlଲା ଦେଇଥିଲେ, ହେଲେ ସୁଫଳ ପାଇନଥିଲେ, ଚାରି ବର୍ଷର ଝିଅକୁ ଧରି ସ୍ୱାମୀ ଘରକୁ ଫେରିଥିଲେ, ହିନ୍ଦୁ ଶାସ୍ତ୍ର ର ବୈଦିକ ନୀତିରେ ବାର ବର୍ଷ ଅପେକ୍ଷା ପରେ ସମସ୍ତ ରୀତିନୀତିରେ ଶୁଦ୍ଧି କାର୍ଯ୍ୟ ସାରିଦେବାକୁ ବାଧ୍ୟ ହୋଇଥିଲେ, ବିଧିର ବିଡମ୍ବନା ହଠାତ ଗତ କାଲି ପୁଷ୍ପଲତା ଙ୍କ ଘର ବାହୁଡା଼ ଯୌଥ ପରିବାରର ପୁତୁରା ଅକ୍ଷୟ ସାମଲ ବୋହୁ ଗୀତାଞ୍ଜଳି ନାୟକ ଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା, ମୁମ୍ବାଇ ର ଶ୍ରଦ୍ଧା ସେବା ସଂଗଠନ ଦ୍ୱାରା ଚିକିତ୍ସା ହୋଇ ମାନସିକ ରୋଗରୁ ଆଶ୍ବସ୍ତି ପାଇ ଘରକୁ ଫେରିବାକୁ ଇଛା କରିବାରୁ ମୁମ୍ବାଇ ପୋଲିସ ସହଯୋଗରେ ପ୍ରଥମେ ବାପଘର ମାହାରlକୁଳ ପରେ ଶାଶୂଘର ମାନପୁର କୁ ଫେରିଥିଲେ, ଘର ଲୋକେ ଦୀର୍ଘ ଦିନ ପରେ ପୁଷ୍ପଲତା ଙ୍କୁ ପାଇ ଦୁଃଖରେ ମ୍ରିୟମାଣ ହେବା ସହିତ ଆନନ୍ଦ ଉଲ୍ଲାସରେ ଘରେ ରଖିଥିଲେ, ଖବର ପ୍ରସାରିତ ପରେ ବିବାହିତ ଝିଅ ବନ୍ଧୁ ସୌଜନ୍ୟ ମୂଳକ ସାକ୍ଷ୍ୟାତ କରିବା ସହିତ ଗାଁ ରେ ଆନନ୍ଦର ଲହରୀ ଖେଳିଯାଇଛି,
