July 1, 2025
Home » ୨୨ତମ ଜାତୀୟ ନାଟକ ମହୋତ୍ସବ ୩ୟ ସନ୍ଧ୍ୟାରେ ହିନ୍ଦୀ ନାଟକ ରୁଦାଲି ମଞ୍ଚସ୍ଥ

୨୨ତମ ଜାତୀୟ ନାଟକ ମହୋତ୍ସବ ୩ୟ ସନ୍ଧ୍ୟାରେ ହିନ୍ଦୀ ନାଟକ ରୁଦାଲି ମଞ୍ଚସ୍ଥ

0
WhatsApp Image 2025-03-21 at 8.55.49 PM (1)

ବନ୍ଦର ନଗରୀ ପାରାଦୀପର ଜୟଦେବ ସଦନ ଠାରେ କାନମାସ ଦ୍ଵାରା ଆୟୋଜିତ ୨୨ତମ ଜାତୀୟ ନାଟକ ମହୋତ୍ସବର ୩ୟ ସନ୍ଧ୍ୟାରେ ସୂମୁଖ ରଙ୍ଗ ମଣ୍ଡଳୀ, ନୂଆ ଦିଲ୍ଲୀର କଳାକାର ମାନେ ଅରବିନ୍ଦ ସିଂହଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ କରିଥିଲେ ହିନ୍ଦୀ ନାଟକ ରୁଦାଲି। ଋଦାଲି ଏକ ସାମାଜିକ ପ୍ରଥା ଯାହାକି ରାଜସ୍ଥାନ ରାଜ୍ୟରେ ଆରମ୍ଭ ହୋଇଥିଲା ।

ଋଦାଲି ଶବ୍ଦଟି ଜଣେ ବୃତ୍ତିଗତ ଶୋକକାରିଙ୍କୁ ବୁଝାଏ, ସାଧାରଣତଃ ଜଣେ ମହିଳା, ଯିଏକି ଶବଦାହ ଏବଂ ଶୋକ ସମାରୋହ ସମୟରେ ଦୁଃଖ ପ୍ରକାଶ କରିବା ପାଇଁ ନିଯୁକ୍ତି ଦିଆଯାଏ । ଏହି କାହାଣୀର ମୁଖ୍ୟ ଚରିତ୍ର ହେଉଛି ଶାନିଚାରି ଯିଏ ଶନିବାର ଦିନ ଜନ୍ମ ଗ୍ରହଣ କରିଥିବାରୁ ଏବଂ ତାଙ୍କ ସହିତ କିଛି ସାଜସଜ୍ଜା ଥିବାରୁ ଏହି ନାମ ପାଇଥିଲେ – ସମାଜ ବିଶ୍ୱାସ କରେ ଯେ ସେ ଅସଗୁନି ତେଣୁ ତାଙ୍କ ପରିବାରରେ କେହି ବଞ୍ଚି ନାହାନ୍ତି । ସମୟ ଦ୍ଵାରା ପ୍ରତ୍ୟେକ ଜଣେ ଜଣେ ପ୍ରତିଭାଶାଳୀ ହୋଇଛନ୍ତି କିନ୍ତୁ ଶାନିଚାରୀଙ୍କ ଆଖି କେବେ ଓଦା ହୋଇନଥିଲା ।


ସେ କେବେ କାନ୍ଦି ନଥିଲେ, ତାଙ୍କ ପୁଅର ମୃତ୍ୟୁ ପରେ ମଧ୍ୟ ନୁହେଁ । କିନ୍ତୁ ଶେଷରେ ତାଙ୍କୁ ରୁଦାଲି ଭାବରେ କାମ କରିବାକୁ ପଡ଼ିଲା । ଋଦାଲି ଜଣେ ଭଡ଼ାଟିଆ ମହିଳା ଯିଏ କଠିନ ପରିଶ୍ରମ କରି କାନ୍ଦନ୍ତି ଓ ଶୋକ କରନ୍ତି । ଚରିତ୍ର ଭାବରେ ଶାନିଚାରି ସେହି ଶ୍ରେଣୀର ପ୍ରତିନିଧିତ୍ଵ କରନ୍ତି ଯାହାର ବାଛିବାର ସ୍ଵାଧୀନତା ନାହିଁ, ନିର୍ଣ୍ଣୟ ନେବାର କୌଣସି ଉପାୟ ନାହିଁ କିନ୍ତୁ ସେ କେବେ ବି ଭାଙ୍ଗି ପଡନ୍ତି ନାହିଁ । ତାଙ୍କ ଜୀବନ ସମାଜର ନିମ୍ନ ବର୍ଗର ମହିଳା ଜୀବନର ବିଡମ୍ବନାକୁ ରେଖାକିନ୍ତ କରେ । ନାଟକଟି କଳା ସ୍ତରରେ ଏକ ସମ୍ପୂର୍ଣ ନାଟକ ।


ନାଟକରେ କଳାକାର ମାନଙ୍କର ଅଭିନୟ ଅନେକ ସମୟ ଧରି ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ଅତିଥି ଭାବେ ଯୋଗଦାନ କରି ବନ୍ଦରର ଅର୍ଥ ପରାମର୍ଶଦାତା ଧର୍ମେନ୍ଦ୍ରନଥ ସୋନ୍ଧି, କୋଷ୍ଟଗାର୍ଡ ଡିଆଇଜି ସଞ୍ଜୟ ନେଗି ଓ ଏମଏନଏସର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଜି ନାଟକ ଉପରେ ମତାମତ ରଖିବା ସଙ୍ଗେ ସଙ୍ଗେ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ । ୪ର୍ଥ ସନ୍ଧ୍ୟାରେ ଲୋକର୍ଧର୍ମି, କେରଳର କଳାକାର ମାନେ ଡକ୍ଟର ଚନ୍ଦ୍ରଦାସନଙ୍କ ନିର୍ଦ୍ଦେଶନାରେ ମାଲୟାଲମ୍ ନାଟକ ଦ ବୋଟ ବୟ ଏବଂ ଦ ଲୁ, ପଦମପୁର ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ ରଙ୍ଗଭୂମି ମଞ୍ଚସ୍ତ କରିବେ ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *