୨୫ ତମ ଆନ୍ତର୍ଜାତିକ ନାଟକ ମହୋତ୍ସବର ୩ୟ ସନ୍ଧ୍ୟାରେ ନାଟକ ଚାକ ମଞ୍ଚସ୍ତ
ପାରାଦୀପର ଜୟଦେବ ସଦନ ଠାରେ ଜାତୀୟ ନାଟ୍ୟ ବିଦ୍ୟାଳୟ ତରଫରୁ ଆୟୋଜିତ ୨୫ ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ “ଭାରତ ରଙ୍ଗ ମହୋତ୍ସବର” ୩ୟ ସନ୍ଧ୍ୟାରେ କଲିକତାର ଲିଟଲ ଥିଏସ୍ପିଆନ ନାଟ୍ୟ ଅନୁଷ୍ଠାନ ଉମା ଝୁନଝୁନୱାଲାଙ୍କ ନିର୍ଦ୍ଦେଶନାରେ ଉର୍ଦ୍ଦୁ ଭାଷାର ନାଟକ ଚାକ୍ ମଞ୍ଚସ୍ତ କରିଥିଲେ ।

ଏହି ନାଟକଟି ୧୯୭୧ ମସିହାରେ ପାକିସ୍ତାନ ଏବଂ ପୂର୍ବ ପାକିସ୍ତାନ ବିଭାଜନ ସମୟରେ ଭାରତୀୟ ମୁସଲମାନ ମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆହ୍ୱାନ ଓ ସମସ୍ୟା ବିଷୟରେ । ଏହି ନାଟକଟି ଏପରି ଏକ ମୁସଲମାନ ପରିବାରର ସଂଘର୍ଷକୁ ପ୍ରଦର୍ଶିତ କରୁଛି ଯେଉଁଠାରେ ପିତା ଗଫୁର ଖାନ୍ ତାଙ୍କ ଉତ୍ତରାଧିକାରୀ ପାରିବାରିକ ସମ୍ପତି ପାଇଁ ଅନନ୍ତ କୋର୍ଟ ମାମଲାର ସମ୍ମୁଖୀନ ହେଉଛନ୍ତି ଏବଂ ମଧ୍ୟମ ପୁତ୍ର ଅର୍ଶଦ ବିଭିନ୍ନ ଦୁଃଖ ଓ ଚିନ୍ତା ସହିତ ଭାବନାର ଏକ କାନଭାସ୍ ଦେଖାଉଛନ୍ତି ।

ମାଆ ଯୋହରା, ବଡ଼ ପୁଅ ମାଜିଦ ଏବଂ ସାନ ଝିଅ ରଜିଆଙ୍କର ନିଜସ୍ଵ ଆଘାତ ଏବଂ କଷ୍ଟ ଏହି ନାଟକରେ ପ୍ରଦର୍ଶିତ ହୋଇଛି । ନାଟକର ଆନନ୍ଦ ନେବା ପାଇଁ ଅଧିକ ନାଟ୍ୟପ୍ରେମି ଦର୍ଶକ ଜୟଦେବ ସଦନରେ ଉପସ୍ଥିତ ଥିଲେ ଏବଂ କଳାକାର ମାନେ ସେମାନଙ୍କର ନିଖୁଣ ଅଭିନୟରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
