February 8, 2026
Home » +୨ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

+୨ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

0
WhatsApp Image 2024-12-14 at 6.36.29 PM

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ସଦର ମହକୁମା ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଥିବା ଦ୍ଵାଦଶ ଶ୍ରେଣୀ କଳା ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ଏକାଦଶ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠାନ ର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଦ୍ୟାଳୟ ର ଶିକ୍ଷକ ପ୍ରଫୁଲ୍ଲ ଲିମା ସଭାପତିତ୍ୱ କରିଥିଲେ। ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ମୁଖ୍ୟବକ୍ତା ,ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ ସମ୍ମାନିତ ବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅମ୍ବରୁଧ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁମତି ଶବର ଅତିଥି ପରିଚୟ କରିଥିଲେ।ପ୍ରଥମେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ର ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଏକାଦଶ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଅଧ୍ୟକ୍ଷ ଶ୍ରୀ ପଣ୍ଡା ସିକ୍ଷାର୍ଥୀ ମାନଙ୍କୁ ଭଲ ପାଠ ପଢ଼ି ପିତାମାତା ଓ ଏହି ଅନୁଷ୍ଠାନ ର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ।

ଶିକ୍ଷକ ଶ୍ରୀ ଶତପଥୀ ଦୃଢ଼ ମନୋବଳ ଓ ପଢ଼ାର ଇଚ୍ଛା ଶକ୍ତି ହିଁ ସବୁ ସଫଳତାର ମନ୍ତ୍ର ବୋଲି କହିବା ସହିତ ଅନୁଷ୍ଠାନର ଗୌରବକୁ ବୃଦ୍ଧି କରି ସୁନ୍ଦର ଜୀବନ ଗଢ଼ିବାକୁ ଉପଦେଶ ଦେଇଥିଲେ।ଶିକ୍ଷୟିତ୍ରୀ ଶ୍ରୀମତୀ ତୁଳ ଶିକ୍ଷାର୍ଥୀ ମାନଙ୍କୁ ସମୟର ସଦୁପଯୋଗ କରି ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ସମାଜରେ ଭଲ ମଣିଷ ଭାବେ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ।ଶିକ୍ଷକ ଦୁଲାବନ୍ତ ସାହୁ, ମୌସୁମୀ ଗମାଙ୍ଗ, ସସ୍ମିତା ଜେନା, ଜଗଦୀଶ ମାନ୍ଦ୍ରଡା, ନାନାଜି ମାଣ୍ଡାଙ୍ଗି, ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ଶାନ୍ତି ବେହେରା, ଦିଲ୍ଲୀପ ରାଉତ, ଅଧଲ ବେହେରା ,ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ଭାବରେ ନିଜକୁ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଇଥିଲେ।ଉକ୍ତ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପୁରାତନ ଛାତ୍ର ଶୁଭଜିତ ପଟ୍ଟନାୟକ ,ଆନନ୍ଦ ପରିଚ୍ଛା, ସାମ୍ବାଦିକ ଶିବ ପ୍ରସାଦ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏଥିରେ ଶିକ୍ଷକ ଦିଲ୍ଲୀପ ରାଉତ ଅଧ୍ୟକ୍ଷ ଶ୍ରୀ ଗୌରୀ ପ୍ରସାଦ ପଣ୍ଡାଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *