February 10, 2026
Home » ୩୨ ତମ ବାର୍ଷିକ ଉତ୍ସବ ପାଳନ କଲା କଳିଙ୍ଗ ବିଦ୍ୟା ମନ୍ଦିର

୩୨ ତମ ବାର୍ଷିକ ଉତ୍ସବ ପାଳନ କଲା କଳିଙ୍ଗ ବିଦ୍ୟା ମନ୍ଦିର

0
nara

ବ୍ରହ୍ମପୁର ରଘୁପତି ନଗର ସ୍ଥିତ କଳିଙ୍ଗ ବିଦ୍ୟାମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ସଭାପତି ଜବାହରଲାଲ ପାତ୍ରଙ୍କ ଆଧକ୍ଷତାରେ ଅନୁଷ୍ଟିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥୁ ରୂପେ ମହାମାୟୀ ମହିଳା କଲେଜ ଅଧ୍ୟାପକ ଡ. ରମେଶ ପ୍ରଧାନ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ସୁଦର୍ଶନ ନାୟକ, ସମ୍ମାନିତ ଅତିଥିି ପୂର୍ବତନ କର୍ପୋରେଟର ଏମ୍ ଜଗଦୀଶ ରାଓ ଏବଂ ଅବସରପ୍ରାପ୍ତ ସେନାଧିକାରୀ ଅଶୋକ ସାମନ୍ତ ଯୋଗ ଦେଇଥିଲେ।

ବିଦ୍ୟାଳୟ ସମ୍ପାଦକ ହରିକୃଷ୍ଣ କୋଠିଆ ସମ୍ପାଦକ ବିବରଣୀ ପାଠ କରିଥିଲେ, ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷାର ଉନ୍ନତି ଓ ବିକାଶ ନିମନ୍ତେ ଅତିଥି ଉଦ୍ବୋଧନ ଦେଇଥିଲେ। ବନମାଳୀ ପ୍ରଧାନ, ପ୍ରତିଭା ପଣ୍ଡା, ସୁବାଷ ମହାରଣା, କୈଳାସ ଗୌଡ଼, ଉଦୟ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟା ମନ୍ଦିରର ଶିକ୍ଷକ, ଶିକ୍ଷୟିତ୍ରୀ କୈଳାସ ପାଣିଗ୍ରାହୀ, ଅସିତ ପଟ୍ଟନାୟକ, ସୁବାଷ ସେଠୀ, ବ୍ୟାପ୍ତିଲତା ସାହୁ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *