୩୩ତମ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼ : ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୩ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥ୍ ଭାବେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ବେହେରା, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଏବଂ ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରାଜିନା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ ଏବଂ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର ଯୋଗଦେଇଥିଲେ ।

ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା କିପରି ହଲା ଓ ଜିଲ୍ଲା ପ୍ରତିଷ୍ଠା ଆନ୍ଦୋଳନରେ ନୟାଗଡ ଜିଲ୍ଲା ବାସୀ ଓ ନୟାଗଡ଼ରେ ଥିବା ଅନୁଷ୍ଠାନ ମାନଙ୍କର ସକ୍ରିୟ ଯୋଗଦାନ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଅତିଥିମାନେ ସୂଚନା ଦେଇଥିବାବେଳେ, ଜିଲ୍ଲା ୩୨ ବର୍ଷ ପୁରି ୩୩ ବର୍ଷରେ ପଦାର୍ପଣ କରି କିପରି ଆଗେଇଛି ଓ କିପରି ସମସ୍ତଙ୍କ ସହଯୋଗରେ ଆଗେଇବ ଏବଂ ନୟାଗଡ ଜିଲ୍ଲା ବିକାଶ ଧାରା ଆଗକୁ ବଢିବ ସେନେଇ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ । ପ୍ରତିଷ୍ଠା ଉତ୍ସବ ଅବସରରେ ଖଣ୍ଡପଡା ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ବାଇଁ ବକ୍ତବ୍ୟ ରଖିଲା ବେଳେ ମଞ୍ଚ ତଳେ ବସିଥିବା ଜନସାଧାରଣଙ୍କ ପକ୍ଷରୁ ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପାଇଁ ଘୋଷଣା କରନ୍ତୁ ବୋଲି ଦାବୀ ଉଠିଥିଲା ।

ପ୍ରଶାସନ ପକ୍ଷରୁ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା କୁଇଜ ପ୍ରତିଯୋଗିତାରେ ଭାଗ ନେଉଥିବା ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ସିରିୟସ୍ ଜୋନ, ଜିଲ୍ଲା ଲେଖକ ପରିଷଦ, ମା ଫଣ୍ଡେସନ, ତାଥାସ୍ତୁ, ନାଟ୍ୟଧାରା, ସିଭିଲ ସୋସାଇଟି,ରାଗେଶ୍ରୀ ନିଳୟମ ପ୍ରମୁଖ ଅନୁଷ୍ଠାନକୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଧନ୍ୟବାଦ ଅର୍ପଣ କରିଥିଲେ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମ କୃଷ୍ଣ ରଥ ମଞ୍ଚ ସଂଯାଜନା କରିଥିଲେ । ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
