December 23, 2025
Home » ୩୬ ତମ କୋଣାର୍କ ଉତ୍ସବ ଓ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ

୩୬ ତମ କୋଣାର୍କ ଉତ୍ସବ ଓ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ

0
WhatsApp Image 2025-12-05 at 9.20.13 PM (2)

 

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ୩୬ତମ କୋଣାର୍କ ଉତ୍ସବ ୨୦୨୫ ର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଯୋଗ ଦେଇଛନ୍ତି ।

 

ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ.ଜୟଶ୍ରୀ କମ୍ଭମପାଟି, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ହୀରାଲାଲ ନାଗର ମଧ୍ୟ ଉପସ୍ଥିତ ଥିଲେ Iଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

ଦ୍ଵିତୀୟ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଓ ତାଙ୍କ ଡାନ୍ସ ଗ୍ରୁପର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା । ପରିଶେଷରେ ସମସ୍ତ କଳାକାର ଓ ଶିଳ୍ପୀବୃନ୍ଦ/ବାଲୁକାଶିଳ୍ପୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ I

ଏହା ପୂର୍ବରୁ ରାଜ୍ୟପାଳ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ସେଠାରେ ଦେଶ ବିଦେଶରୁ ଆସିଥିବା ଅଂଶଗ୍ରହଣକାରୀଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କ କଳା ନୈପୁଣ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ I

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *