December 30, 2025
Home » ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2025-04-03 at 6.20.11 AM

ଭୁବନେଶ୍ୱର: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।୧୩ ଏପ୍ରିଲ ୧୯୪୮ ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୭ ବର୍ଷରେ ପଦାର୍ପଣ କରୁଛି । ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ସଂପର୍କରେପ୍ରସ୍ତାବ ଉପସ୍ଥାପନ କରିଥିଲେ ।ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଏପ୍ରିଲ ୧୩ ଓ ୧୪ଦୁଇଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରେଲ ୧ରୁ ୧୪ ତାରିଖ ପର‌୍ୟ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ଓଡ଼ିଆ ପକ୍ଷ” ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ପ୍ରତି ଦିନ ବିଭିନ୍ନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ତିରୀକୃତ ହୋଇଛି । ବିଭିନ୍ନ କାର‌୍ୟ୍ୟକ୍ରମ ମଧ୍ୟରେ ଅପ୍ରେଲ ୧୩ ତାରିଖ ରବିବାର ପାରମ୍ପରିକ “ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ” ଏବଂ ଅପ୍ରେଲ ୧୪ରେ “ଓଡ଼ିଆ ନୂଆବର୍ଷ” ପାଳନ ହେବ । ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜଧାନୀରେ ବିଭିନ୍ନ କାର‌୍ୟ୍ୟକ୍ରମ ହେଉଥିବାରୁ ୧୪ଦିନ ପର‌୍ୟ୍ୟନ୍ତ ରାଜଧାନୀରେ ଉତ୍ସବର ମାହୋଲ ରହିବ । ଏହାକୁ ଦୃଷ୍ଟିରେ ରଖି ଅପ୍ରେଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସପ୍ରଥମ ଦିବସ ସମାରୋହ ସହ ୧୪ ତାରିଖ ଦ୍ୱିତୀୟ ଦିନରେ ଓଡ଼ିଆ ନୂଆବର୍ଷ ପାଳନ ସମେତ ରାଜଧାନୀ ପ୍ରତିଷ୍ଠା ଦିବସକୁ ସାମିଲ କରାଯାଇ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସକୁ ଶାନ୍ତି, ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ତରଫରୁ ଏହା ପୂର୍ବ ଭଳି ଏଥର ମଧ୍ୟ ୩ଦିନ ଧରି ପାଳନ କରାଯିବା ପାଇଁ ଅନୁରୋଧ କରାଯାଇଥିଲା । ଗତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ଆଦର୍ଶ ଆଚରଣ ବିଧି ଏବଂ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ସୀମିତ ଆୟୋଜନ ମଧ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥିଲା ।’ରାଜଧାନୀ ପ୍ରତିଷ୍ଠା ଦିବସ” ରାଜଧାନୀ ଭୁବନେଶ୍ୱରର ଜନ୍ମୋତ୍ସବ ହେତୁ ଏହାକୁ ମର‌୍ୟ୍ୟାଦା ସହକାରେ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।ରାଜଧାନୀପ୍ରତିଷ୍ଠା ଦିବସ କାର‌୍ୟ୍ୟକ୍ରମକୁ ଅପ୍ରେଲ ୧୨ ତାରିଖରୁ ଏହାର ପ୍ରଚାର ପ୍ରସାର କାର‌୍ୟ୍ୟକ୍ରମ କରାଯିବାକୁ ଆଲୋଚନା କରାଯାଇଥିଲା । ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଚଳିତ ବର୍ଷବେସାମରିକ ପରେଡ୍ ରେ ଛୋଟ ପିଲାମାନଙ୍କୁ ସାମିଲ କରାନଯାଇ କେବଳ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣକରାଯାଇଛି । ସହରର ସମସ୍ତ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟରୁପ୍ୟାରେଡ୍ ଦଳମାନଙ୍କୁ ଭାଗ ନେବାକୁ ଅନୁରୋଧ କରାଯିବ।ପରେଡରେ ବିଭିନ୍ନ ପ୍ରତିଷ୍ଠାନରୁ ବ୍ୟାଣ୍ଡ ଦଳ ଅଂଶଗ୍ରହଣ ପୂର୍ବକ ଏହାକୁ ଅଧିକ ଚିତ୍ତାକର୍ଷକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପାରମ୍ପରିକ ରୀତିରେ ଅପ୍ରେଲ ୧୩ ତାରିଖ ସକାଳେ ଓଡ଼ିଶା ବିଧାନସଭା ସୌଧ ସମ୍ମୁଖସ୍ଥ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ ।ଉତ୍ସବର ମୁଖ୍ୟ ଅତିଥି ରାଜଧାନୀ ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରିବେ । ବେସାମରିକ ପ୍ୟାରେଡ୍ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର‌୍ୟ୍ୟନ୍ତ ପ୍ରଦର୍ଶନ ହେବ ।
୧୩ ଓ ୧୪ ତାରିଖ ସଂଧ୍ୟାରେ ଉତ୍କଳ ମଣ୍ଡପ ଠାରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତହେବ । ବୈଠକରେ ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ରାଜଧାନୀ ପ୍ରତିଷ୍ଠା ଫଳକ ଓ ସଂଲଗ୍ନ ଅଂଚଳ ପରିସ୍କାର ପରିଚ୍ଛନ୍ନତା ଓ ସୌନ୍ଦର‌୍ୟ୍ୟକରଣ, ପତାକା ଉତ୍ତୋଳନ କାର‌୍ୟ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତି, ଅତିଥି ଓ ନିମନ୍ତ୍ରିତ ଅତିଥିମାନଙ୍କ ବସିବା ନିମନ୍ତେ ବ୍ୟବସ୍ଥା, ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିଚାଳନା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ରାଜଧାନୀ ଭୁବନେଶ୍ୱରରଐତିହ୍ୟ ସମ୍ବଳିତ ଫଟୋଚିତ୍ରକୁ ସ୍ଥାନିତ କରି ଜୟଦେବ ଭବନ ଠାରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉତ୍ସବ ପରିପ୍ରେକ୍ଷୀରେ ଟ୍ରାଫିକ୍ ପରିଚାଳନା,ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଲୋକସେବା ଭବନ, ଓଡ଼ିଶା ବିଧାନସଭା ସମେତ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ, ରାଜଧାନୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀକାର‌୍ୟ୍ୟାଳୟ, ଅନ୍ୟାନ୍ୟ ଜାତୀୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ସଂଲଗ୍ନ ରାସ୍ତାଘାଟକୁ ଆଲୋକମାଳାରେ ସଜ୍ଜିତ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସ୍କାର ପରିଚ୍ଛନ୍ନ କରାଯାଇ ମାଲ୍ୟାର୍ପଣ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନାଓଲୋକସଂପର୍କବିଭାଗପ୍ରମୁଖଶାସନସଚିବଶ୍ରୀସଂଜୟକୁମାରସିଂ,ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନସଚିବଶ୍ରୀସଂଜୀବ କୁମାର ମିଶ୍ର, ପର‌୍ୟ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂ, ଭୁବନେଶ୍ୱରଉନ୍ନୟନକର୍ତ୍ତୃପକ୍ଷ(ବି.ଡି.ଏ) ଉପାଧ୍ୟକ୍ଷଡଃ.ଏନ୍.ଥିରୁମାଳା ନାୟକ, ଖୋର୍ଦ୍ଧାଜିଲ୍ଲାପାଳଶ୍ରୀ ଚଞ୍ଚଳରାଣା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡଃ. ବିଜୟ କୁମାର ଉପାଧ୍ୟାୟ, ସୂଚନାଓଲୋକସଂପର୍କବିଭାଗନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତପୂର୍ତ୍ତ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଆଦି ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ପୋଲିସ୍ ପ୍ରଶାସନର ଉଚ୍ଚ ପଦାଧିକାରୀ, ରାଜଧାନୀପ୍ରତିଷ୍ଠାଦିବସପାଳନକମିଟିରସଭାପତିତଥାବରିଷ୍ଠସାମ୍ବାଦିକଶ୍ରୀ ପ୍ରଦୋଷପଟ୍ଟନାୟକ, ଉପସଭାପତିଶ୍ରୀ ପ୍ରଦ୍ୟୁମ୍ନକୁମାରମହାନ୍ତି ଏବଂ ସାଧାରଣସଂପାଦକଶ୍ରୀ ସନତମିଶ୍ରପ୍ରମୁଖଯୋଗଦେଇ ଆଲୋଚନାରେ ଅଂଶଗ୍ରହଣକରିଥିଲେ ।

Leave a Reply

Your email address will not be published. Required fields are marked *