୮ମ ଜିଲ୍ଲାସ୍ତରୀୟ କିରୋଗି ଓ ୬ ମ ପୁମସେ ତାଏକୋଣ୍ଡୋ ଚାମ୍ପିଅନ୍ସିପ୍ ୨୦୨୫

ସୁବର୍ଣ୍ଣପୁର ଜିଲ୍ଲା ତାଏକୋଣ୍ଡୋ ସଂଘର ପକ୍ଷରୁ ଆୟୋଜିତ ୮ମ ସୁବର୍ଣ୍ଣପୁର ଜିଲ୍ଲା କିରୋଗି ଓ ୬ମ ପୁମସେ ତାଏକୋଣ୍ଡୋ ଚାମ୍ପିଅନ୍ସିପ୍ ୨୦୨୫ ଦୁଇ ଦିନ ଧରି ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ସେମାନେ କିରୋଗି (ସ୍ପାରିଙ୍ଗ) ଓ ପୁମସେ (ଆକୃତି) ରେ ନିଜ ଦକ୍ଷତା ଏବଂ ଶୃଙ୍ଖଳାର ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରଶିକ୍ଷକ ଅନ୍ୱେଷ ହୋତା,ସୁରଜ ପଟ୍ଟନାଏକ,ମହେନ୍ଦ୍ର ରାଣା ପ୍ରମୁଖ ଯୋଗଦେଇଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମରେ ରେଫରି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ତାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ଶମାଳ, ଆନ୍ତର୍ଜାତୀୟ ଖେଳାଳୀ ତଥା ଜାତୀୟ ରେଫରି ବିଶ୍ୱରଞ୍ଜନ ସାହୁ, ବବ୍ଲୁ କର୍ଣ୍ଣ , ଅଙ୍କିତ ମିଶ୍ର ଯୋଗଦେଇ ଖେଳକୁ ଶ୍ରୁଖଳିତ ଭାରେ ଆଗକୁ ବଢେଇ ନେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ତାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ଆନ୍ତର୍ଜାତୀୟ ଖେଳାଳୀ ଏହେସାସ ହୋତା ପରିଚାଳନା କରିଥିବାବେଳେ ଅତିଥି ଭାବରେ ଜିଲ୍ଲା ତାଏକୋଣ୍ଡୋ ସଂଘର ସଭାପତି ରବିନ୍ଦ୍ର ହୋତା, ଆଇନ୍ ପରାମର୍ଶ ଦାତା ଶେଷଦେବ ବାରିକ୍ ଯୋଗଦେଇ ଉତ୍ତୀର୍ଣ୍ଣ କ୍ରିଡାବିତ୍ ଙ୍କୁ ପଦକ ପ୍ରଦାନ କରିଥିଲେ। ସଭା ଶେଷରେ କୋଷାଧ୍ୟକ୍ଷ ଶୁଭମ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ଏଥିରେ ଉତ୍ତୀର୍ଣ୍ଣ କ୍ରିଡାବିତ୍ ଙ୍କୁ ଆଗାମୀ ରାଜ୍ୟ ଓ ଜାତୀୟ ସ୍ତରର ମୁକାବିଲା ପାଇଁ ପ୍ରସ୍ତୁତ କରାଯିବା ନେଇ ପ୍ରଶିକ୍ଷକ ତଥା ଆନ୍ତର୍ଜାତୀୟ ଖେଳାଳୀ ଅନ୍ବେଷ ହୋତା ସୂଚନା ଦେଇଛନ୍ତି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର