July 1, 2025
Home » ଅଁରା ଗ୍ରାମରେ ଅନୁଷ୍ଠିତ ଚବିଶ ପ୍ରହରୀ ନାମଯଜ୍ଞରେ ଯୋଗ ଦେଲେ ତେଲକୋଇ ବିଧାୟକ

ଅଁରା ଗ୍ରାମରେ ଅନୁଷ୍ଠିତ ଚବିଶ ପ୍ରହରୀ ନାମଯଜ୍ଞରେ ଯୋଗ ଦେଲେ ତେଲକୋଇ ବିଧାୟକ

0
WhatsApp Image 2025-05-10 at 2.52.04 PM

କେନ୍ଦୁଝର,- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ରାଇଗୋଡା ପଞ୍ଚାୟତ ଅଁରା ଗ୍ରାମରେ ବୁଧୁବାର ଠାରୁ ଶ୍ରୀ ଚୈତନ୍ୟ ମହାପଭୁଙ୍କର ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ଶନିବାର ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି।

ବୁଧବାର ଦିନ ସକାଳ ୯ ଟା ବେଳେ ସ୍ଥାନୀୟ ବ୍ରାହ୍ମଣୀ ନଦୀରୁ କଳସ ସ୍ନାନ କରି ଗ୍ରାମ ପରିକ୍ରମା କରି ଜଳ ଭରା କଳସକୁ ଯଜ୍ଞ ମଣ୍ଡପକୁ ଆଣି କଳସ ସ୍ଥାପନ କରି ନୀତିକାନ୍ତି ଅନୁସାରେ ପୂଜା ଅର୍ଜନା କରି ନାମ ଯଜ୍ଞ ଶୁଭାରମ୍ଭ ହେଇଥିଲା। ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମନ ଜିଣିବା ପାଇଁ ୬ ଟି ସଙ୍କୀର୍ତ୍ତନ ଝିଅ ଦଳକୁ ନିମନ୍ତ୍ରିତ କରାଯାଇଛି। ଭାଲୁବସା (ବାରିପଦା),ସାନସା (ବାରିପଦା), ପଳାସବଧା(ବାରିପଦା),ପାଣ୍ଡୁଦାସଖୁଣ୍ଟା (ବାରିପଦା), ମସାନଜୁଣ୍ଡା (ନୂଆଁପଡ଼ା) ଓ ନରସିଂହପୁର (କେନ୍ଦୁଝର) ଆଦି ଦଳ ଯୋଗ ଦେଇ ନାମଯଜ୍ଞ ପରିବେଷଣ ଜାରି ରଖିଛନ୍ତି। ଭଗବାନଙ୍କ ପବିତ୍ର ନାମ ଶ୍ରବଣ କରିବା ପାଇଁ ଅଁରା ଗ୍ରାମରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖୁବାକୁ ମିଳିଥିବା ବେଳେ ଆଜି ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ତାଙ୍କ ଧର୍ମପତ୍ନୀ ପରିବାର ସହ ଯଜ୍ଞରେ ଉପସ୍ଥିତ ରହି ଠାକୁରଙ୍କ ଠାରୁ ଆଶିଷ ନେଇ ନାମଯଜ୍ଞ ଶ୍ରବଣ କରିଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *