April 3, 2026
Home » ଅଗ୍ନିକାଣ୍ଡ ଘଟଣା ଏବେ ବସଷ୍ଟାଣ୍ଡ ର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି

ଅଗ୍ନିକାଣ୍ଡ ଘଟଣା ଏବେ ବସଷ୍ଟାଣ୍ଡ ର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି

0
WhatsApp Image 2026-04-01 at 12.42.10 PM

ପୁରୀ ଵସଷ୍ଟାଣ୍ଡ ଗତ ୨୨ ତାରିଖ ରେ ଏକ ବସ୍ ରେ ଅଗ୍ନିକାଣ୍ଡ ଘଟଣା ଏବେ ବସଷ୍ଟାଣ୍ଡ ର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି। ବସଷ୍ଟାଣ୍ଡ ରେ ବସ ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ। ଫଳରେ ଦୁବୃର୍ତ୍ତ ମାନେ ବିଳମ୍ବିତ ରାତିରେ ବସ ରେ ନିଆଁ ଲଗାଇ ଦେଇଥିବା ବସ ମାଲିକ ଅଭିଯୋଗ କରିଛନ୍ତି। ବସ ଷ୍ଟାଣ୍ଡ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ନ ହେଲେ ଆଗାମୀ ଦିନରେ ଏଭଳି ଅଘଟଣ ବୃଦ୍ଧି ପାଇବାରେ ଆଶଙ୍କା ରହିଥିବା ବସ ମାଲିକ ମାନେ ଅଭିଯୋଗ କରିଛନ୍ତି। ପୁରୀ ବସଷ୍ଟାଣ୍ଡ ଏବେ ନିଶାଖୋର ଙ୍କ ଜବଜା ରେ ଥିବା ବସ ମାଲିକ ମାନେ ଅଭିଯୋଗ କରିଛନ୍ତି। ଦିନ ହେଉକି ରାତି ରେ ନିଶାଖୋର୍ ମାନେ ବସ ଷ୍ଟାଣ୍ଡ ରେ ଆତଙ୍କରାଜ ସୃଷ୍ଟି କରୁଛନ୍ତି। ବସ ମାଲିକ ଙ୍କ ଠାରୁ ଦାଦାବଟି ଆଦାୟ ଠାରୁ ଆରମ୍ଭ କରି ଯାତ୍ରୀ ଙ୍କୁ ଦୁର୍ବ୍ୟବହାର ସହିତ ଲୁଟ୍ କରୁଛନ୍ତି । ପୁରୀ ବସଷ୍ଟାଣ୍ଡ ରେ କଡା ସୁରକ୍ଷା ସହ ରାତିରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ବାରମ୍ବାର ବସ ମାଲିକ ମାନେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ବସ ମାଲିକ ମାନେ ଅଭିଯୋଗ କରିଛନ୍ତି। ଗତ ୨୨ ତାରିଖ ବିଳମ୍ବିତ ରାତିରେ ବସ ଷ୍ଟାଣ୍ଡ ଭିତରେ ଥିବା କିଛି ପରିତ୍ୟକ୍ତ ଅଚଳ ବସ ରେ ଅଗ୍ନିକାଣ୍ଡ ଘଟଣା ରେ ନିଶାଖୋର୍ ଙ୍କ ହାତ ଥିବା ବସ ମାଲିକ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରେ ବସ ରହିବା ପରେ ବସ ନିକଟ ରେ ନିଶା ସେବନ କରି ବସ ରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଯଦି ଏହି ଭଳି ନିଶା ଖୋର୍ ଙ୍କ ଆତଙ୍କରାଜ ଜାରି ରହେ ପୁରୀ ବସ ଷ୍ଟାଣ୍ଡ ରେ ରାତିରେ ଗାଡି ରଖିବା ବହୁତ୍ ବିପଦ ଜନକ ବୋଲି ବସ ମାଲିକ ଅଭିଯୋଗ କରିଛନ୍ତି। ଏଣୁ ରାତିରେ ବସ ଷ୍ଟାଣ୍ଡ ରେ କଡା ସୁରକ୍ଷା ବ୍ୟବସ୍ଥା ସହ କଡା ପୋଲିସ ପେଟ୍ରୋଲିଂ ର ଆବଶ୍ୟକତା ଥିବା ବସ ମାଲିକ କହିଛନ୍ତି।


ଜଣେ ବସ୍ ମାଲିକ ଅରୂପ କୁମାର ପୃଷ୍ଟି ନିଜ ପ୍ରତିକ୍ରିୟାରେ କୁହନ୍ତି, ସନ୍ଧ୍ୟା ହେଲା ପରେ ବସ ଷ୍ଟାଣ୍ଡ ରେ ଅନେକ ନିଶା ଖୋର ଏଠାରେ ଅରାଜକତା କରୁଛନ୍ତି। ଅଚଳ ହୋଇ ଯାଇଥିବା କିଛି ବସ ଏଠାରେ ରହିଥିବା ବେଳେ ତାହା ଭିତରେ ନିଶା ଖୋର ମାନେ ବସି ନିଶା ସେବନ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି। ପୂର୍ବରୁ ଏ ନେଇ ଜିଲାପାଳ ଙ୍କୁ ଅଭିଯୋଗ କରିବା ପରେ ପ୍ରତି ସପ୍ତାହ ରେ ଜିଲ୍ଲାପାଳ ବସଷ୍ଟାଣ୍ଡ କୁ ପରିଦର୍ଶନ ରେ ଆଶୁଥିଲେ। ହେଲେ ଜିଲାପାଳ ଙ୍କ ବଦଳି ପରେ ନୂଆ ଜିଲ୍ଲାପାଳ ଏଠାକୁ ପରିଦର୍ଶନ ରେ ଆସୁନାହାନ୍ତି । ଫଳରେ ବୁ ବିଭିନ୍ନ ବିଶୃଙ୍ଖଳା ଓ ଅରାଜକତା ଲାଗି ରହିଛି। ରାତିରେ ପୋଲିସ ପକ୍ଷରୁ କଡ଼ା ପେଟ୍ରୋଲିଂ ସହିତ ନିଶାଖୋର ଙ୍କ ବିରୁଦ୍ଧ ର କଡା କାର୍ଯ୍ୟାନୁଷ୍ଠାନ ହେଲେ ବସ ଷ୍ଟାଣ୍ଡ ରେ ଶୃଙ୍ଖଳା ଆସିଆରିବ। ଉଭୟ ଯାତ୍ରା ଓ ବସ ସୁରକ୍ଷିତ ରହିବ।

ସାମାଜିକକର୍ମୀ ଆଦିତ୍ୟ ନାରାୟଣ ବାରିକ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ବସଷ୍ଟାଣ୍ଡ ଏବେ ଅସାମାଜିକ ବ୍ୟକ୍ତି ଙ୍କ ଆଡା ସ୍ଥଳୀ ପାଲଟିଯାଇଛି। ବସଷ୍ଟାଣ୍ଡ ରେ ବସ ରଖିବା ପାଇଁ ପୁରୀ ପୌରପାଳିକା ବସ ମାଲିକ ଙ୍କ ଠାରୁ ପାର୍କିଂ ଫି ନେଉଛି। ବସ ର ସୁରକ୍ଷା ସହ ବସଷ୍ଟାଣ୍ଡ ର ରକ୍ଷଣା ବେକ୍ଷଣ ଦାୟିତ୍ୱ ରହିଚି ପୁରୀ ପୌରପାଳିକା ଉପରେ। ହେଲେ ରାତି ୧୦ ଟା ପରେ ବସ ଷ୍ଟାଣ୍ଡ ରେ କେହି ଜଣେ ହେଲେବି ସୁରକ୍ଷା କର୍ମୀ ରହୁନାହାନ୍ତି । ଫଳରେ ନିଶାଖୋର ମାନେ ନିଶା ସେବନ କରି ବସ ର ନିଆଁ ଲଗାଇ ଦେଉଛନ୍ତି। ଅନେକ ଥର ଏଭଳି ଘଟଣା ଘଟିଛି। ହେଲେ ବସ ଷ୍ଟାଣ୍ଡ ରେ ସୁରକ୍ଷା ଉପରେ ପ୍ରଶାସନ ର ଜମା ବି ନିଘା ନାହିଁ। ଯାହାକି ଅତି ଦୁଃଖ ଦାୟକ। ବସ ଭିତରେ ରାତିରେ ବସ କର୍ମଚାରୀ ଶୋଉଛନ୍ତି। ଯଦି ଅଗ୍ନିକାଣ୍ଡ ରେ ଲୋକ ଜୀବନ ଚାଲିଯାଏ ତେବେ କିଏ ଫାଟି ରହିବ ଏଥି ପାଇଁ। ପୁରୀ ପୌରପାଳିକା କେବଳ ବସ ମାଲିକ ଙ୍କ ଠାରୁ ବସ ପାର୍କିଂ ପାଇଁ ଟଙ୍କା ନେଉଛି। ହେଲେ ବସ ଷ୍ଟାଣ୍ଡ ରେ ସୁରକ୍ଷା ଉପରେ କୌଣସି ପଦକ୍ଷେପ ନେଉନାହିଁ। ଅସାମାଜିକ ବ୍ୟକ୍ତି ମାନେ ବସ ଷ୍ଟାଣ୍ଡ ରେ ଦାଦାବଟି ଆଦାୟ କରୁଛନ୍ତି। ଯାତ୍ରୀ ଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଭିନ୍ନ ବିଶୃଙ୍ଖଳା ଲାଗି ରହିଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେବେ ଆମେ ପ୍ରଶାସନ ନିକଟ ର ଦାବି କରୁଛୁ ପୁରୀ ବସଷ୍ଟାଣ୍ଡ ର ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ। ଉଭୟ ଯାତ୍ରୀ ଓ ବସ୍ ମାଲିକ ଙ୍କୁ ସୁରକ୍ଷା ଦିଆଯାଉ।

ପର୍ଯ୍ୟଟନ ସହର ପୁରୀ କୁ ପ୍ରତିଦିନ ଶହ ଶହ ବସ ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ଯାତାୟାତ କରୁଛି। ଅନେକ ବସ ପୁରୀ ପୌରପାଳିକା କୁ ପାର୍କିଂ ଫି ଦେଇ ରାତିରେ ବସ ପାର୍କିଂ କରୁଛନ୍ତି। ତେବେ ବସ ର ସୁରକ୍ଷା ଭାର ପୁରୀ ପୌରପାଳିକା ର ରହିଚି। ତେବେ ମାତ୍ର ଦୁଇ ଜଣଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନେ ସଠିକ୍ ଡ୍ୟୁଟି କରୁନାହାନ୍ତି। ଫଳରେ ରାତିରେ ନିଶାଖୋର ମାନେ ବସ ଷ୍ଟାଣ୍ଡ ରେ ଥିବା କିଛି ଅଚଳ ପୁରୁଣା ବସ୍ ରେ ନିଶା ସେବନ ବେଳେ ସିଗାରେଟ୍ ବସ ସିଟ୍ ରେ ପକାଇ ଦେଇଥିବାରୁ ଗତ ୨୨ ତାରିଖ ରେ ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଗତ କିଛି ବର୍ଷ ତଳେ ମଧ୍ୟ ପୁରୀ ବସଷ୍ଟାଣ୍ଡ ରେ ଥିବା କିଛି ଅଚଳ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ତେବେ ବସ ରେ ଅଗ୍ନିକାଣ୍ଡ ଘଟଣା ସତ୍ତ୍ୱେ ପୁରୀ ପ୍ରଶାସନ ଓ ପୋଲିସ ର ଚେତା ପଶୁନି। ଫଳରେ ଦୁବୃର୍ତ୍ତ ମାନେ ବିଳମ୍ବିତ ରାତିରେ ବିଭିନ୍ନ ଅଘଟଣ ଘଟାଉଛନ୍ତି। ଯାହାକୁ ନେଇ ପୁରୀ ର ବସ ମାଲିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ପୁରୀ ବସଷ୍ଟାଣ୍ଡ ଉଭୟ ଯାତ୍ରୀ ଓ ବସ୍ ସୁରକ୍ଷା ପାଇଁ ୨୪ ଘଣ୍ଟିଆ କଡା ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବସ ମାଲିକ ଓ ପୁରୀ ବାସିନ୍ଦା ଦାବି କରିଛନ୍ତି।

ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କୁହନ୍ତି, ଗତ ୨୨ ତାରିଖ ରେ ବସ୍ ରେ ଯେଉଁ ଅଗ୍ନିକାଣ୍ଡ ଘଟଣା ଘଟିଥିଲା ସେ ନେଇ ତଦନ୍ତ ଜାରି ରହିଛି। ଘଟଣା ପଛର କାରଣ କିଛି ସ୍ପଷ୍ଟ ହୋଇନାହିଁ। ତେବେ ବସଷ୍ଟାଣ୍ଡ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି ପାଇଁ ପୋଲିସ ପକ୍ଷରୁ ରାତିରେ ପାଟ୍ରୋଲିଂ କରାଯାଉଛି। ବସଷ୍ଟାଣ୍ଡ ରେ ପୋଲିସ ର କଡ଼ା ନଜର ରହିଛି । ଯେଉଁ ବ୍ୟକ୍ତି ବସଷ୍ଟାଣ୍ଡ ରେ କିଛି ବିଶୃଙ୍ଖଳା କରୁଛନ୍ତି ସେମାନଙ୍କ ବିରୁଦ୍ଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁଠି ଖୁଲମଖୁଲା ନିଶା ସେବନ ହେଉଛି ପୋଲିସ କୁ ଖବର ଦେଲେ ଅସାମାଜିକ ଙ୍କ ବିରୁଦ୍ଧ ରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଖବର ଦେଇଥିବା ବ୍ୟକ୍ତି ଙ୍କ ନାମ ଆମେ ଗୋପନ ରଖିବୁ। ପୁରୀ ପୋଲିସ୍ ର ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଲୋକ ମାନେ ଅଭିଯୋଗ କରିବେ ଅବା ୧୧୨ କୁ ଫୋନ କରି ଅଭିଯୋଗ ଦେଇପାରିବେ।

ପୁରୀ ପୌରପାଳିକା ର କାର୍ଯକାରୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ବସଷ୍ଟାଣ୍ଡ ର ସୁରକ୍ଷା ପାଇଁ ଏକ ଏଜେନ୍ସୀ କୁ ଦାୟିତ୍ଵ ଦିଆଯାଇଛି। ସୁରକ୍ଷା କର୍ମୀ ମଧ୍ୟ ମୁତୟନ କରାଯାଇଛି। ତେବେ ଆମେ ବସ ମାଲିକ ସଂଘ ସହିତ ଆଲୋଚନା କରିଛୁ। ସେମାନେ ମଧ୍ୟ ସୁରକ୍ଷା ଦାୟିତ୍ୱ ନେବାକୁ ଆମେ କହିଛୁ। ତେବେ ବସଷ୍ଟାଣ୍ଡ ଭିତରେ ଥିବା ପରିତ୍ୟକ୍ତ ବସ ଗୁଡ଼ିକୁ ସ୍ଥାନାନ୍ତର ପାଇଁ ବସ ମାଲିକ ଙ୍କୁ କୁହାଯାଇଛି। ନ ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *