July 6, 2025
Home » ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ବ ।

ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ବ ।

0
WhatsApp Image 2025-04-02 at 3.11.03 PM

ସୁବର୍ଣ୍ଣପୁର —ଅନୁଗୁଳ , ବରଗଡ , ବଲାଙ୍ଗିର , ଢେଙ୍କାନାଳ ,ଦେବଗଡ ,ଝାରସୁଗୁଡା ,କେନ୍ଦୁଝର ,ସମ୍ବଲପୁର ,ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ଆର୍ମି ନିଯୁକ୍ତି ପଞ୍ଜୀକରଣ ମାର୍ଚ୍ଚ ମାସ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀମାନଙ୍କୁ ୨୫୦ ଟଙ୍କା ଫି ଦେୟ ପଡିବ । ମାନଦଣ୍ଡ , ଶିକ୍ଷାଗତ ଯୋଗ୍ୟତା ଏବଂ ଅନଲାଇନ ପରୀକ୍ଷା ଅନୁସାରେ ପ୍ରାର୍ଥୀ ମାନେ ନିଯୁକ୍ତି ପାଇବେ । ରାଲି ବିଜ୍ଞାପନ ଜଏନ ଇଣ୍ଡିଆନ ଆର୍ମି ୱେବ ସାଇଟ www.joinindianarmy.nic.in ରେ ଦେଖିପାରିବେ । ଆବେଦନ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଅଟେ । ଅନଲାଇନ ରେଜିଷ୍ଟ୍ରେସନ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଆର୍ମି ନିଯୁକ୍ତି ରାଲି ଆରମ୍ଭ ହେବାର ଯଥେଷ୍ଠ ପୂର୍ବରୁ ପ୍ରାର୍ଥୀମାନଙ୍କ ପଞ୍ଜ୍ଜିକୃତ ଇ – ମେଲ ରେ ଏଡମିଟ କାର୍ଡ ପ୍ରେରଣ କରାଯିବ ବୋଲି ସମ୍ବଲପୁର ଏଆରଓ ଜଣାଇଛନ୍ତି । ପ୍ରାର୍ଥୀମାନଙ୍କ କୌଣସି ପ୍ରକାର ସୂଚନା ନିମନ୍ତେ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *