ଅଙ୍ଗନୱାଡି କର୍ମୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର

ଅଙ୍ଗନୱାଡି କର୍ମୀଙ୍କ ଠାରୁ ୨୭/୦୩/୨୫ ତାରିଖରେ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ । ସୂଚନା ମୁତାବକ କିଛି ଦିନ ହେବ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଜଣେ ଅଙ୍ଗନୱାଡି କର୍ମୀ ଭାବରେ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଥିଲେ । ସେବେଠାରୁ ଅଭିଯୁକ୍ତ ରେଣୁକା ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲାବେଳେ ତାଙ୍କୁ ସୁରୁଖୁରୁରେ କାମ ନକରିବାକୁ ଧମକ ଦେଇଥିଲା। ଗରିବ,ଅସମର୍ଥ ଥିବା ଅଙ୍ଗନୱାଡି କର୍ମୀ ଏତେ ପରିମାଣ ଟଙ୍କା ଦେଇ ନ ଦେଇପାରି ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ତାଙ୍କ ପ୍ରତି ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କ ଅତ୍ୟାଚାର କରୁଥିବା ସହ ୫୦ ହଜାର ଟଙ୍କା ଲାଞ୍ଚ ଚାହିଦା ପୂରଣ କରିବାରେ ଅସମର୍ଥ ଥିବାରୁ ଅଭିଯୋଗକାରୀ ଶ୍ରୀମତୀ ପଟ୍ଟନାୟକ ତାଙ୍କୁ ହଇରାଣ କରୁଥିବା ଦର୍ଶାଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ସବୁ କଥା ନେଇ ଅଭିଯୋଗ କରିଥିଲେ। ଏବଂ ପରବର୍ତ୍ତୀ ସମୟରେ, ଭିଜିଲାନ୍ସ ଅଧିକାରୀ ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ରେଣୁକା ଅଙ୍ଗନୱାଡି କର୍ମୀ (ଅଭିଯୋଗକାରୀ) ଙ୍କ ଠାରୁ ୫୦ ହଜାର ଟଙ୍କା ଗ୍ରହଣ କରିବା ସମୟରେ ନାଲି ହାତରେ ଧରାପଡ଼ିବା ସହ ୫୦ହଜାର ଟଙ୍କା ତାଙ୍କ ନିକଟରୁ ଜବତ କରି ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ପଟ୍ଟନାୟକଙ୍କ ସମ୍ପର୍କିତ ତିନୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରଖି ଖଯାଖୋଜି କରୁଛି ଭିଜିଲାନ୍ସ। ଏହି ପରିପ୍ରେକ୍ଷୀରେ, କୋରାପୁଟ ଭିଜିଲାନ୍ସ ପି/ଏସ କେସ୍ ନମ୍ବର ୧୪/୨୦୨୫, ୟୁ /ଏସ ୭ ପିସି (ସଂଶୋଧନ) ଅଧିନିୟମ, ୨୦୧୮ ଅନୁଯାୟୀ ପଞ୍ଜୀକୃତ କରି ଅଭିଯୁକ୍ତ ଅଙ୍ଗନୱାଡି ସୁପରଭାଇଜର ଶ୍ରୀମତୀ ପଟ୍ଟନାୟକଙ୍କ ବିରୋଧରେ ତଦନ୍ତ ଚାଲିଛି।
ରିପୋର୍ଟ :କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ