September 21, 2024
Home » ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ – 2008 ସଚେତନତା ଅଭିଯାନ l

ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ – 2008 ସଚେତନତା ଅଭିଯାନ l

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ଓ ସରପଞ୍ଚ ଉଫୁଲା ଙ୍କ ମିଳିତ ପ୍ରଚେଷ୍ଟା ରେ ଓଡିଶା ଅଣ ସଂଗଠିତ ଶ୍ରମିକ ସୁରକ୍ଷା ଆଇନ -2008 ସଚେତନତା କାର୍ଯ୍ୟକ୍ରମ ଓ ବୁଲା ବିକାଳୀ,କ୍ଷୁଦ୍ର ବ୍ୟବସାୟୀ, ଘରୋଇ କର୍ମଚାରୀ,ରିକ୍ସା, ଅଟୋ ଚାଳକ,ମୋଚି, କ୍ଷୁଦ୍ର ଚାଷୀ /କୃଷି ଶ୍ରମିକ,ସଫେଇ ଶ୍ରମିକ,ଜଙ୍ଗଲ ରେ କାର୍ଯ୍ୟ ରତ ଶ୍ରମିକ,ସମ୍ବାଦ ପତ୍ର ହକର ଆଦି ଅଣ ସଂଗଠିତ ଶ୍ରମିକ ଙ୍କ ସ୍ୱତନ୍ତ୍ର ପଞ୍ଜିକରଣ କ୍ୟାମ୍ପ ଅନୁଷ୍ଠିତ ହୋଇ ଥିଲା l ଉକ୍ତ ସଚେତନତା ସଭାରେ ସରପଂଚ ଶ୍ରୀୟା କର୍ମୀ ଉଦବୋଧନ ଦେଇ ଉଫୁଲା ଗ୍ରାମ ପଂଚାୟତ ର ସମସ୍ତ ଯୋଗ୍ୟ ଅଣ ସଂଗଠିତ ଶ୍ରମିକ ନିଜକୁ ପଞ୍ଜିକରଣ କରି ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଦ୍ୱାରା ଦିଆ ଯାଉଥିବା ସମସ୍ତ ସୁବିଧା ସୁଯୋଗ ର ଉପଯୋଗ କରିବାକୁ ଅନୁରୋଧ କରିଥିଲେ lଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାଏକ ଯୋଗଦେଇ ଅଣ ସଂଗଠିତ ଶ୍ରମିକ ସଜ୍ଞl ଓ ତାଲିକା ଭୁକ୍ତ ଶ୍ରମଜୀବୀ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ l ସହକାରୀ ଶ୍ରମ ଅଧିକାରୀ ସୁନିତା କୁମାରୀ ଦେବୀ ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜ ପତ୍ର ଓ ଯୋଗ୍ୟତା ସମ୍ପର୍କରେ ଅବଗତ କରିଥିଲେ l ସହକାରୀ ଶ୍ରମ ଅଧିକାରୀ ଚିନ୍ମୟ କୁମାର ମେହେର ଓ ସପ୍ରତୀକ ପଧାନ ପଞ୍ଜିକରଣ ଦ୍ୱାରା ହିତାଧିକାରୀ କଣ ସବୁ ସୁବିଧା ସୁଯୋଗ ପାଇ ପାରିବେ ଉପସ୍ଥିତ ଅଣ ସଂଗଠିତ ଶ୍ରମଜୀବି ଙ୍କୁ ଜଣାଇ ଥିଲେ l ଡିଇଓ ବାଙ୍କା ବିହାରୀ ମହଲା ଓ ସମସ୍ତ ବିଭାଗୀୟ ଅଧିକାରୀ ଶତାଧିକ ହିତାଧିକାରୀ ଙ୍କ ଦସ୍ତାବିଜ ସଂଗ୍ରହ, ତର୍ଜମା ଓ ପଞ୍ଜିକରଣ ପାଇଁ ପଦକ୍ଷେପ ନେଇଥିଲେ l ଉକ୍ତ ସ୍ୱତନ୍ତ୍ର ପଞ୍ଜିକରଣ କ୍ୟାମ୍ପ କୁ ପି ଇ ଓ ଗୌର ଚନ୍ଦ୍ର ସାହୁ, ୱାର୍ଡ ସଭ୍ୟା ଧରିତ୍ରୀ ବାଘ, ୱାର୍ଡ ମେମ୍ବର ସୁଦାମ ଭୁଇ, ଘାସିରାମ ବାଦୀ ଓ ଅନ୍ୟ ମାନେ ସହଯୋଗ କରିଥିଲେ l ଉଫୁଲା ଗ୍ରାମ ପଂଚାୟତ ତରଫରୁ ଜିଲା ଶ୍ରମ ବିଭାଗ ସହଯୋଗ ରେ ପ୍ରଥମ ଥର ପାଇଁ ଅଣ ସଂଗଠିତ ଶ୍ରମିକ ଙ୍କ ସ୍ୱତନ୍ତ୍ର ପଞ୍ଜିକରଣ କ୍ୟାମ୍ପ କରାଯାଇ ଥିବାରୁ ପଂଚାୟତ ବାସୀ ବେସ ଉତ୍ସାହିତ ଥିଲେ ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ ଲାଗି ରହିଥିଲା l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *