July 5, 2025
Home » ଅଣ ସଙ୍ଗଠିତ ଶ୍ରମିକ ସଚେତନା ଶିବିର

ଅଣ ସଙ୍ଗଠିତ ଶ୍ରମିକ ସଚେତନା ଶିବିର

0
WhatsApp Image 2025-02-20 at 3.33.42 PM

ଟିଟିଲାଗଡ(ଇ ପି ଏ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲ ପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବେସରକାରୀ ଅନୁଷ୍ଠାନ ଆକ୍ସନ ଏଡ ଓ ଜନ ଜାଗରଣ ଦାଦନ ସଂଘ ପକ୍ଷରୁ ଅଣ ସଂଘଠିତ ଶ୍ରମିକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି ,ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଯଶୋବନ୍ତ ନାରାୟଣ ପ୍ରଧାନୀ,ଥାନା ଅଧିକାରୀ କଲ୍ୟାଣୀ ବେହେରା,ସମାଜ ସେବୀ ଲିଙ୍ଗରାଜ ଆଜାଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶ୍ରମିକ ଙ୍କୁ ଉତ୍ସାହିତ କରିଥିଲେ। ସାମାଜିକ ନିରାପତ୍ତା ଯୋଜନା ତଥା ଶ୍ରମିକ ଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ଅଧିକାର ସମ୍ଵନ୍ଧରେ ଅତିଥି ବୃନ୍ଦ ଅବଗତ କରିଥିଲେ।ଅନୁଷ୍ଠାନ ର ମୁରଲୀ ଚରଣ ଦାସ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଟିଟିଲାଗଡ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ୮ ଟି ପଞ୍ଚାୟତ ରୁ ଶତାଧିକ ଅଣ ସଙ୍ଗଠିତ ଶ୍ରମିକ ଯୋଗଦେଇଥିଲେ। ଜନ ଜାଗରଣ ଦାଦନ ସଂଘ ସଭାପତି ନରେନ୍ଦ୍ର ମହାରଣା, ଆକ୍ସନଏଡ କର୍ମୀ ଜ୍ୟୋତିର୍ମୟୀ ଦହଲ, ତୃପ୍ତିମୟୀ ପ୍ରଧାନ, ଭୂପେନ୍ଦ୍ର ରଣା, ସଞ୍ଜୀବ ରଣା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *