December 20, 2025
Home » ଅତିଥି ଭାବେ ଯୋଗ ଦେଲେ କେନ୍ଦୁଝର ରାଣୀ, ଓ ଆ. ଡି. ଏଲ .ଡେଭଲପମେଣ୍ଟଏଜେନ୍ସି ର ସମ୍ପାଦକ ଏବଂ ଓଡ଼ିଆ ସିନେ ତାରକା

ଅତିଥି ଭାବେ ଯୋଗ ଦେଲେ କେନ୍ଦୁଝର ରାଣୀ, ଓ ଆ. ଡି. ଏଲ .ଡେଭଲପମେଣ୍ଟଏଜେନ୍ସି ର ସମ୍ପାଦକ ଏବଂ ଓଡ଼ିଆ ସିନେ ତାରକା

0
WhatsApp Image 2025-03-08 at 4.15.07 PM

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ପଡିଆ ରେ ୨ ଦିନ ଧରି ଆନ୍ତଜାତୀୟ ମହିଳା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି।ଏହି ମହିଳା ଦିବସକୁ ମା ଶନ୍ତୋସୀ ସ୍ୱୟଂ ସହାୟକ ଗୋଷ୍ଠୀ ତତସହିତ ଭଦ୍ରାସାହି ର ୭୦ ଓ ସେରେଣ୍ଡା ର ୭୨ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ  ସହାୟତାରେ ଆୟୋଜିତ ହୋଇଥିଲା।ଏହି ଶୋଭାରେ ମୂଖ୍ୟ ବକ୍ତା ଭାବେ( ଆ.ଡି.ଏଲ ଦେଭେଲପମେଣ୍ଟ  ଏଜେନସି)ର ସମ୍ପାଦକ ସେବତୀ ସିଂ,ସମ୍ମାନନୀୟ ଅତିଥି ଭାବେ କେନ୍ଦୁଝର ରାଣୀ ଶ୍ରୀମତୀ ସୁନନ୍ଦିନୀ ଭଞ୍ଜଦେଓ  , ଓଲିଉଡ଼ ଅଭିନେତ୍ରୀ ରିୟା ଦେ ,ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜୟନ୍ତୀ ବାନରା ଏବଂ ଭଦ୍ରାସାହି ପୂର୍ବତନ ସରପଞ୍ଚ କସ୍ତୁରୀ ଓରାମ ପ୍ରମୂଖ ଶୋଭାରେ ଉପସ୍ଥିତ ଥିଲେ।


ତେବେ ଏହି ଶୋଭାରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ଡକ୍ଟର ପଦ୍ମଶ୍ରୀ  ତୁଳସୀ ମୁଣ୍ଡା ଶାରୀରିକ ଅସୁସ୍ଥତା କାରଣ ରୁ ଶୋଭାରେ ଯୋଗ ଦେଇପାରିନଥିଲେ।ଏହି ୨ ଦିନିଆ କାର୍ଯ୍ୟକ୍ରମ ରେ  ଗତ ଗୁରୁବାର ଦିନ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯାଇଥିଲା।ସେଥିମଧ୍ୟରୁ   ମ୍ୟୁଜିକ ଚେୟାର,ଶଙ୍ଖ ଫୁଙ୍କା,ହୁଳହୁଳି, ରଙ୍ଗଲି,ଗୁଲିଚାମଚ ଭଳି ଅନେକ ପ୍ରକାର ଖେଳ ଆୟୋଜିତ କରାଯାଇଥିଲା।ତେବେ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଅତିଥି ମାନଙ୍କୁ ଭଦ୍ରାସାହି ଛକରେ ସ୍ୱାଗତ କରି ପାରମ୍ପରିକ ଆଦିବାସୀ ନୃତ୍ୟ ସହ ବାଜା ବାଣ ରୋଷଣୀ କରି ବିଶାଳ ଶୋଭାଯାତ୍ରା ରେ ପଞ୍ଚାୟତ ପଡିଆ ରେ ଶୋଭ ମଞ୍ଚ ପର୍ଯ୍ୟନ୍ତ ପାଛୁଟି ଆଣିଥିଲେ।ଏହି  ଶୋଭାରେ ପ୍ରଥମେ ମା ତାରିଣୀ ଙ୍କୁ ବନ୍ଦନା କରି ଦୀପ ପ୍ରଜ୍ଜ୍ୱଳନ କରିବା ସହ ଶିଶୁ ମନ୍ଦିର ର ଛାତ୍ରୀ ମାନେ ଅତିଥି ମାନଙ୍କୁ ଗୀତ ମାଧ୍ୟମରେ ସ୍ୱାଗତ ସମ୍ବନ୍ଧନା କରିଥିଲେ।ମୂଖ୍ୟ ବକ୍ତା ସେବତୀ ସିଂ ନାରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନାରୀ ମାନେ ହେଇଛନ୍ତି ସମାଜ ର ଉର୍ଣ୍ଣତିର ପଥ,ନାରୀ ମାନେ ସଶକ୍ତିକରଣ ହେବା ଦରକାର।ନାରୀ ମାନଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେବା ଆମର କର୍ତ୍ତବ୍ୟ।ଏହି ଶୋଭା କୁ ଶୋଭା ର ସଭାପତି ଅନିତା ଉପାଧ୍ୟାୟ, ସମ୍ପାଦକ ସୁବାସିନୀ ମହାକୁଡ଼, ମୀନା ଓରାମ,ଶକୁନ୍ତଳା ପାତ୍ର,ବୋଇଦେହୀ ଦୋଳ ବେହେରା, ପୂର୍ଣ୍ଣିମା ମୋହାକୁଡ଼, ଶକୁନ୍ତଳା ମହାରଣା,ମିନତୀ ପଲେଇ, ସ୍ୱର୍ଯ୍ୟମଣି ଗୋପ ପ୍ରଭୃତି ରହି କାର୍ଯ୍ୟକ୍ରମ କୁ ଉତ୍ତମ ରୂପେ ତଦାରଖ କରିଥିଲେ।ପରିଶେଷରେ ଖେଳ ପ୍ରତିଯୋଗିତା ଗୁଡିକର ବିଜେତା ମାନଙ୍କୁ  ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରି ସମ୍ମାନିତ କରିଥିଲେ। ଏହି ଶୋଭା କୁ ସୁନ୍ଦର ଭାବେ ମଧୁସ୍ମିତା ମହାନ୍ତ ଏବଂ ଗଣେଶ ଚନ୍ଦ୍ର ପଲେଇ ପରିଚାଳନା କରିଥିଲେ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ
ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *