July 4, 2025
Home » ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

0
WhatsApp Image 2025-03-01 at 5.52.06 PM

ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସଭାରେ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକଙ୍କ ସହ କାର୍ଯ୍ୟ କରିଥିବା କାର୍ଯ୍ୟଶୈଳୀ ଅନୁଭୂତିକୁ ମନେ ପକାଇ ପ୍ରଶଂସା କରିଥିଲେ l ନବରଙ୍ଗପୁର ଜିଲ୍ଲା ରେ ଶ୍ରୀ ନାୟକଙ୍କ ରହିବା ମଧ୍ୟରେ ତାଙ୍କର କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗକୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l ପ୍ରକାଶ ଥାଉକି ଶ୍ରୀ ନାୟକଙ୍କୁ ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ପ୍ରଶାସକ ଭାବେ ବଦଳି ହୋଇଛି l ଶ୍ରୀ ନାୟକଙ୍କ ବାକି ଚାକିରୀ ସମୟ ଶୁଭଙ୍କର ହେଉ ବୋଲି ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ପି ମନସ୍ମିତା, ମୀରା ନାୟକ, ସହକାରୀ ଜିଲ୍ଲାପାଳ ବିନାୟକ ଖାଡ଼ଙ୍ଗା, ଅଶ୍ୱିନ ମାଝୀ, ଶିବ ଶଙ୍କର ପାଢି, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଅଜୟ ନାୟକ, ସତ୍ୟ ନାରାୟଣ ସାହୁ, ଉଲମ୍ଫା ଭତ୍ରା, ସୁନୀଲ କୁମାର ଦାସ,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ, ବିଶ୍ୱଜିତ ମହାନ୍ତି, ସୁରଚି ବେହେରା, ସୀତାରାମ ବେହେରା, ପ୍ରଣତି ମାଝୀ, ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ କବିତା ବ୍ରହ୍ମା, ନୀଳକଣ୍ଠ ରାଜୁ, ନୀଳକଣ୍ଠ ମହାପାତ୍ର, ସୌରଭ ଦାସ, ମନୋଜ ପଣ୍ଡା, ରାମକୃଷ୍ଣ ପୂଜାରୀ, ପ୍ରିୟଙ୍କା ପାତ୍ର, ରିନା ପାତ୍ର, ରମ୍ଭା ବିଶୋଇ, ବୁଚି ପାତ୍ରାଣି, ଜୋସ୍ନା ଚୌଧୁରୀ ପ୍ରମୁଖଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *