December 21, 2024
Home » ଅଦା ମିଶନ ଫେଲ୍, ଉଦ୍ୟାନ ନିର୍ଦ୍ଦେଶକ ଭୂମିକା ସନ୍ଦେହ ଘେରରେ

ଅଦା ମିଶନ ଫେଲ୍, ଉଦ୍ୟାନ ନିର୍ଦ୍ଦେଶକ ଭୂମିକା ସନ୍ଦେହ ଘେରରେ

0

କୁଜଙ୍ଗ : ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକରେ ଚାଷୀଙ୍କୁ ସ୍ବାବଲମ୍ବି କରାଯାଉଛି। ବିଶେଷ କରି କୁଜଙ୍ଗ ବ୍ଲକରେ ଯେଉଁ ଅସାଧୁ କର୍ମଚାରୀ ଅଛନ୍ତି ସେମାନେ ଯୋଜନାକୁ ବାଟମାରଣା କରୁଛନ୍ତି। ନାମକୁ ମାତ୍ର ଭୂତ ଚାଷୀଙ୍କ ଲିଷ୍ଟ ଦେଇ ନିଜ ଲୋକଙ୍କ ନାମରେ ସବସିଡି ହରପ କରୁଛନ୍ତି, ଓଭରସିୟର ବସନ୍ତ ଦାସ ବୋଲି ନବନିର୍ମାଣ କୃଷକ ସଂଗଠନର ସଭାପତି ବିଷ୍ନୁ ଚରଣ ସ୍ଵାଇଁ ଅଭିଯୋଗ କରିଛନ୍ତି। କୁଜଙ୍ଗ ବ୍ଲକର ୨୮ଟି ପଞ୍ଚାୟତର ସହାୟତାକୁ ଦଲାଲ ମାନଙ୍କୁ ଧରି ଯେଉଁ ଜାଗାରେ ଅଦା ହେବା କଥା ନୁହେଁ ସେହି ଜାଗାର ଚାଷୀଙ୍କୁ ଦେଉଛନ୍ତି। ବାଲିକଣି ଓ କାଳିକୁଦ ଭଳି ଜାଗାରେ ଜୁନ୍ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବନ୍ୟା ପାଣିରେ ବୁଡି ରୁହେ ସେ ଜାଗାରେ ଟଙ୍କା ନେଇ ବସନ୍ତ ଦାସ ଦୁଇ ଦଲାଲ ସହାୟତାରେ ଅଦା ଚାଷ କରିବା ପାଇଁ ଦେଉଛନ୍ତି।

କହୁଛନ୍ତି ଅଦା ଚାଷ ହେଉନାହିଁ। ଯଦି ଗଛ ହେଉନାହିଁ ତାହାଲେ ଉଦ୍ୟାନ ନିର୍ଦ୍ଦେଶକ କିଭଳି ପାତ୍ରବାବୁ ବୋଲି ଜଣେ ସପାୟରକୁ ସାଟିଫାଏସିଡିସି ଦେଲେ ବୋଲି ଅନିଲ ସେଠି କହୁଛନ୍ତି। ଗତ କିଛି ଦିନ ହେଲା ଚାଷୀଙ୍କୁ ଅଦା ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସଂଗଠନ ଅଭିଯୋଗ କରିଛି। ତେବେ ଚାଷୀ ନେତା ଶ୍ରୀ ସ୍ୱାଇଁ ଉଦ୍ୟାନ ନିର୍ଦ୍ଦେଶକ ଓ ସରକାରୀ ଉପନିବଦ୍ଧକଙ୍କ ବିରୁଦ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୩ଦିନ ଭିତରେ ଜଣାଇବୁ। ସବୁ ଜାଣି ମଧ୍ୟ ଉଦ୍ୟାନ ନିର୍ଦ୍ଦେଶକ ନିରବ। ଦୁନିତୀ ଗ୍ରସ୍ତ କର୍ମଚାରୀଙ୍କୁ ବ୍ଲକରୁ ବିଦା ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀ ନେତା ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ବସନ୍ତ ଦାସ ପୂର୍ବରୁ କେନ୍ଦାପଡାରୁ ଟାନଫର ହେବାର ସାତ ମାସ ପର୍ଯ୍ୟନ୍ତ ଏଲିପିସ୍ ଗଲାନାହିଁ କାରଣ ସେ ଗଦପୁରୁ ବ୍ଲକରେ ଧନିଆ ମଞ୍ଜି ବିକ୍ରୀ କରି ଦେଇଥିଲେ। ସେ ଜଗତସିଂହପୁରରେ ଆଠମାସ ପରେ ତିରିଶ ହଜାର ଟଙ୍କା ଡିପୋଜିଟ୍ କଲାପରେ ତାଙ୍କ ଦରମା ହୋଇଥିଲା। ସେଭଳିଆ କର୍ମଚାରୀଙ୍କୁ କୁଜଙ୍ଗ ବୋଲି ମନ୍ତ୍ରୀଙ୍କ ଏରିଆରେ ପାଠପଢି ନଥିବା ଦୁର୍ନିତି ଖୋର କର୍ମଚାରୀଙ୍କୁ କିଭଳି ଦାୟିତ୍ବ ଦିଆଗଲା ଚାଷୀ ନେତା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *