ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ ପାଳିତ l

ସୁବର୍ଣ୍ଣପୁର — ସୋନପୁର ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ ମହାସମାରୋହ ପାଳିତ ହୋଇଯାଇଛି ।ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ ଉତ୍ସବ ପାଳିତ ହୋଇଥିଲା । ଏଥିରେ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଚେୟାରମେନ ଡ଼. ଜ୍ୟୋତିରଂଜନ ବହିଦାର ଯୋଗ ଦେଇଥିଲେ। ଏଥିରେ ଦ୍ୱିତୀୟ ବର୍ଷ ର ଛାତ୍ରୀ ପ୍ରତୀକ୍ଷା ଖମାରୀ ସଂଯୋଜନା କରିଥିଲେ। ସମସ୍ତ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ରେ ପୁଷ୍ପ ଓ ଧୂପ ପ୍ରଦାନ କରି ସଭା ଆରମ୍ଭ କରାଯାଇଥିଲା।ପ୍ରଥମ ବର୍ଷର ଛାତ୍ରୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ଦ୍ଵିତୀୟ ବର୍ଷର ଛାତ୍ରୀ ଅର୍ଚ୍ଚିତା ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଚେୟାରମେନ ଡ଼. ଜ୍ୟୋତିରଂଜନ ବହିଦାର ତାଙ୍କ ଭାଷଣ ରେ ସେ ସେ ତାଙ୍କର ମୂଲ୍ୟବାନ ଏବଂ ମନୋରମ କଥା କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କହିଲେ ଯେ ଶିକ୍ଷକ ଓ ଛାତ୍ର ମଧ୍ୟରେ ଏକ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥିଲେ।ସେ ଏହି ବର୍ତ୍ତମାନ ଅରାଜକତାପୂର୍ଣ୍ଣ ଦୁନିଆରେ ଶିକ୍ଷକଙ୍କ ସ୍ଥିତି ବିଷୟରେ ଆଲୋକପାତ କରିଥିଲେ।ଅଧ୍ୟକ୍ଷା ଲିଖିତ ପଟ୍ଟନାୟକ ଛାତ୍ର ର ଜୀବନ ଶୈଳୀ ଏବଂ ପଥ ର ଭଲ ବାଟରେ ଯିବା ପାଇଁ ପ୍ରେରଣା ଦେଇଥିଲେ।ଏଥିରେ ସମ୍ପାଦକ ଶ୍ରୀ ନିଶାନ୍ତ କୁମାର ମହାନ୍ତି ଶିକ୍ଷକ ମାନଙ୍କୁ ସମ୍ମାନ ଦେଲେ ଶିକ୍ଷା ଟି ସମ୍ପୂର୍ଣ୍ଣ ହୁଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ଥିଲେ। ଏଥିରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଲଭଲିଶ୍ରୀ ମିଶ୍ର, ଇତିହାସ ବିଭାଗର ଅଧ୍ୟାପିକା ବନାନି ପୁଷ୍ପିତା ପାତ୍ର, ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଗୋବିନ୍ଦ କର୍ମୀ, ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ଆର୍ତ୍ତ ଥନାପତି, ଅର୍ଥନୀତି ବିଭାଗର ଅଧ୍ୟାପିକା ବିଦ୍ୟାଭାରତୀ ମହାରଣା,ଶିକ୍ଷା ବିଭାଗର ଅଧ୍ୟାପିକା ସତ୍ୟଭାମା ମିଶ୍ର ଏବଂ ପ୍ରଯୁକ୍ତିବିଦ୍ୟାର ଅଧ୍ୟାପିକା ବନାନୀ ବିଦ୍ୟାଧର ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ବକ୍ତବ୍ୟ ରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ ।ଏଥିରେ ଦ୍ବିତୀୟ ବର୍ଷ ର ଛାତ୍ରୀ ସମୀକ୍ଷା ରାଣୀ ପଧାନ ଧନ୍ୟବାଦ୍ ଅର୍ପଣ କରିବା ପରେ ସଭା ଶେଷ କରାଯାଇଥିଲା l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…