July 4, 2025
Home » ଅଦିନିଆ ବର୍ଷରେ ବଣିତ ଗୋରଡ଼ ପଂଚାୟତ ବ୍ୟାପକ ଚାଷ ନଷ୍ଟ

ଅଦିନିଆ ବର୍ଷରେ ବଣିତ ଗୋରଡ଼ ପଂଚାୟତ ବ୍ୟାପକ ଚାଷ ନଷ୍ଟ

0
WhatsApp Image 2024-12-27 at 10.02.25 AM

ଜଗତସିଂହପୁର /ତିର୍ତୋଲ: ଅଦିନିଆ ବର୍ଷା ଡିସେମ୍ବର ମାସରେ ହେବାରୁ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି, ଚଳିତ ବର୍ଷ ଭଲ ଧାନ ଅମଳ ସ୍ବପ୍ନ ରଖିଥିଲେ ଚାଷୀ ହେଲେ ଅଦିନିଆ ଲଘୁଚାପ ବର୍ଷା ପାଚିଲା ଧାନ ରେ ଗଜା ବାହାର କରିଦେଲା, ଏଭଳି ଖବର ଆସିଛି କୁଜଙ୍ଗ ବ୍ଲକ ବଣିତ ଏବଂ ଗୋରଡ଼ ପଂଚାୟତ ରେ, ହେକ୍ଟର ହେକ୍ଟର ଚାଷ ଜମିରେ ପାଚିଲା ଧାନ ପାଣିରେ ପଡି ପଚୁଛି ଅମଳ ହେବାର ଉପାୟ ନାହିଁ l ଚାଷୀ ମାନେ ସୋସାଇଟି ରୁ ଋଣ ଆଣି ଚାଷ କରି ଥିଲେ, ଆଶା ଥଲା ମଣ୍ଡି ରେ ଧାନ ଦେଇ କରଜ ସୁଝି ଥାଆନ୍ତେ ହେଲେ ଲଘୁଚାପ ବର୍ଷା
ବୋଝ ଉପରେ ନଳୀତା ବିଡା ରଖି ଦୁଃଖ ବଢ଼ାଇ ଦେଇଛି, ଏଥର ଭାରସା ଫସଲ ବୀମା, ଚାଷୀ ଙ୍କୁ ବୀମା ନମିଳିଲେ ସମ୍ପୂର୍ଣ ଅଣ୍ଟା ଭାଙ୍ଗି ଯିବ.

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *