July 6, 2025
Home » ଅଦିନିଆ ବର୍ଷା ଯୋଗୁ ଚାଷୀ ଆତ୍ମହତ୍ୟା ..!

ଅଦିନିଆ ବର୍ଷା ଯୋଗୁ ଚାଷୀ ଆତ୍ମହତ୍ୟା ..!

0
WhatsApp Image 2024-12-31 at 12.12.56 PM

ଅଦିନିଆ ବର୍ଷା ଯୋଗୁ ଚାଷୀ ଆତ୍ମହତ୍ୟା କୁ ନେଇ ଗଞ୍ଜାମ ଜିଲ୍ଲାରେ ଚହଳ ପଡ଼ିଥିବା ବେଳେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମାଧପୁର ପଞ୍ଚାୟତର ବରଙ୍ଗ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ଆଂଶିକ ସାହାଯ୍ୟ ଓ ସହଯୋଗର ହାତ ବଢାଇଥିବା ବେଳେ ପୁନର୍ବାର ବରିଷ୍ଟ କଂଗ୍ରେସ ନେତା ଭାଗିରଥି ବେହେରା , ମହେଶ୍ୱର ପାତ୍ର, ପଦ୍ମ ସାହୁ, ଶ୍ୟାମସୁନ୍ଦର ସାହୁ, ପିପିସି ସଭ୍ୟ ଗଣପତି ପରିକ, ଆଜି ମୃତକ ଙ୍କ ପରିବାର ପାଖରେ ଆଜି ପହଞ୍ଚି ଆଲୋଚନା କରିଥିଲେ ଏବଂ ଯେଉଁ ଚାଷୀ ମାନଙ୍କର ଧାନ ଖେତ ନଷ୍ଟ ହୋଇଛି ସେଗୁଡ଼ିକର କ୍ଷୟ କ୍ଷତି ପୂରଣ ପାଇବା ପାଇଁ ବରିଷ୍ଟ କଂଗ୍ରେସ ନେତା ଭାଗିରଥି ବେହେରା ବିଲକୁ ଯାଇ ଅନୁଧ୍ୟାନ କରିବା ସହ ମାଧପୁର ପଞ୍ଚାୟତର ତହସିଲଦାର ଓ ଆର୍.ଆଇ କୁ ଭେଟିଥିଲେ ଏବଂ ଚାଷୀ କିଭଳି କ୍ଷତି ପୂରଣ ପାଇବା ଦିଗରେ ଆଲୋଚନା କରିଥିଲେ

ଏବଂ ଚାଷୀଙ୍କ କ୍ଷତି ପୂରଣ ଦିଗରେ ଆସନ୍ତା ତା.୧୦-୦୧-୨୦୨୫ ରିଖ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କୁ ମିଶିବା ନେଇ ସୂଚନା ଦେଇଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *