ଅଦିନିଆ ବର୍ଷା ରେ ଭିଜିଲା ଧାନ, ଚିନ୍ତା ରେ ଚାଷୀ

ସୁବର୍ଣ୍ଣପୁର —ବିଲରେ ପଡି ରହିଛି ଅମଳ ଧାନ । ଆଉ କିଛି ଦିନ ପରେ ଧାନ ଅମଳ କରି ଘରକୁ ନେଇଥାନ୍ତା ଚାଷୀ । କିନ୍ତୁ ଅଦିନିଆ ଲଘୁଚାପଜନିତ ଲଗାଣ ବର୍ଷା ଭାଙ୍ଗିଦେଲା ଚାଷୀଙ୍କର ମେରୁଦଣ୍ଡ । ବର୍ଷା ରେ ଭିଜିଲା ଧାନ । ଗୋଟିଏ ପଟେ ହରଭଙ୍ଗା ଓ ବୌଦ୍ଧ ରେ ମଣ୍ଡି ଖୋଲି ନଥିବା ବେଳେ ଅନ୍ୟପଟେ ଲଗାଣ ବର୍ଷା ଚାଷୀ ଙ୍କୁ ଚିନ୍ତାରେ ପକାଇଛି । ଦୁଇଦିନ ହେବ ବୌଦ୍ଧ ଜିଲ୍ଲାର ୩ ଟି ବ୍ଲକ ଯଥା ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ରେ ଝିପି ଝିପି ବର୍ଷା ଲାଗି ରହିଥିଲା । ଯାହାଫଳରେ ଅମଳ ଅପେକ୍ଷା ରେ ଥିବା ଧାନ ବିଲରେ ପଡି ରହିଛି ବର୍ଷା ରେ ଭିଜୁଛି । ସେପଟେ ମଣ୍ଡି ଖୋଲି ନଥିବାରୁ ଅମଳ ହୋଇଥିବା ଧାନ କେଉଁଠି ବିକ୍ରି କରିବେ ଚାଷୀ ତାଙ୍କୁ ନେଇ ଏବେ ଚିନ୍ତାରେ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ,ରାମଗଡ଼, କରଡି ,କୁସଙ୍ଗ, ଆଦି ଅଞ୍ଚଳ ର ବିଭିନ୍ନ ଜମିରେ ହଜାର ହଜାର କୁଇଣ୍ଟାଲ ଧାନ ଏବେ ବାହାରେ ପଡିରହିଛି । ଅନ୍ୟପଟେ ଯଦି ଏଭଳି ୩ ରୁ ୪ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରୁହେ ତେବେ ବିଲରେ ପଡିଥିବା ସମସ୍ତ ଧାନ ଗଜା ହେବା ସହ ଆଦ୍ରତା ଟାଣିବା କାରଣ ରୁ FAQ ମାନ ର ଧାନ ମଣ୍ଡିରେ ଦେବାରେ ବିଫଳ ହେବେ ଚାଷୀ । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ବୋଲି ଚାଷୀକୂଳ ପକ୍ଷରୁ ଦାବି ହେଉଛି l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )