ଅଧାପନ୍ତରିଆ କାମ ଛାଡି ନିର୍ମାଣ ସଂସ୍ଥା ଛୁ …. ଲୋକ ଆନ୍ଦୋଳନ ପାଇଁ ଚେତାବନୀ ।

ରାମନାଗୁଡା /ଗୁଣୁପୁର:- ଆନନ୍ଦ ପରିଛା , ଅଞ୍ଚଳର ବିକାଶ ଓ ଲୋକଙ୍କ ଯାତାୟତ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ପାଣି ଭଳି ଅଜସ୍ର ଅର୍ଥ । ହେଲେ ନା ନିର୍ଦ୍ଧାରିତ ସମୟ ଭିତରେ ନିର୍ମାଣ କାମ ସରୁଛି ନା ଲୋକେ ପାଉଛନ୍ତି ସୁବିଧା । ଏସବୁ ଭିତରେ ବାଟ ବଣା ହେଉଛି ଯୋଜନା । ଏମିତି ଅବସ୍ଥା ଏବେ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି | ଗୁଣପୁର ବ୍ଲକ ଘଣାତ୍ରି ପଞ୍ଚାୟତ ମେରିଙ୍ଗି – ସାମ୍ପିନି ସାନ ନଦୀ ଉପରେ 2018 ମସିହା ରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଛି |
ହେଲେ ଏ ଯାଏ ଶେଷ ହେବାର ନା ହିଁ ନେଉ ନାହିଁ | ସେପଟେ କାମ ବହୁ ବିଳମ୍ବ ହେବା ପରେ ନିର୍ମାଣ କାରୀ ସଂସ୍ଥା ଛୁ | ଅଧପନ୍ତରିଆ ଭାବେ ପଡି ରହିଛି ବ୍ରିଜ୍। ଅବଧି ସମୟ ସରି ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଛି ତଥାପି ଅଧପନ୍ତରିଆ ହୋଇ ପଡିରହିଛି ଏହି ବ୍ରିଜ୍ କାମ ।ରାସ୍ତା ରେ ପଡି ରହିଛି ସେତୁ କାମରେ ବ୍ୟବହୃତ ଜିନିଷ । ଏପଟେ ଅର୍ଧ ନିର୍ମିତ ସେତୁ ପୋଲ ନଦୀରେ ଠିଆ ହୋଇଛି । ଇଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁରର ଘନାତ୍ରୀ – ସାମ୍ପିନି ମହେନ୍ଦ୍ର ତନୟା ନଦୀ ଉପରେ ଅର୍ଦ୍ଧ ନିର୍ମିତ ସେତୁର ଦୃଶ୍ୟ । 2018 ମସିହା ଡିସେମ୍ବର 11 ତାରିଖ ରେ କାମ ଆରମ୍ଭ ହୋଇଥିଲା | 2020 ମସିହା ରେ ଡିସେମ୍ବର 10 ତାରିଖ ରେ ସେତୁ କାର୍ଯ୍ୟ ଶେଷ ହେବା କଥା | ଏ କଥା ଆମେ କହୁ ନାହୁଁ | ଟିକେ ଏହି ଫଳକ ଉପରେ ନଜର ପକାନ୍ତୁ | 11 କୋଟି 47 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ସେତୁ ନିର୍ମାଣ ହେବ |
ହେଲେ ନିର୍ମାଣ ଅବଧି ଶେଷ ହୋଇ 5 ବର୍ଷ ହୋଇଥିଲେ ମଧ୍ୟ ସେତୁ କାର୍ଯ୍ୟ ଅଧ ଅଧାପନ୍ତରିଆ ହୋଇ ପଡ଼ି ରହିଛି | ଏପଟେ ନଦୀରେ ପାଣି ଆସିଲେ ସ୍ଥାନୀୟ ଲୋକ ବିଭିନ୍ନ ସମୟରେ ଯାତାୟତ ପାଇଁ ହଇରାଣ ହରକତ ହେବାକୁ ପଡୁଛି । ତେଣୁ ସେତୁ କାମ ଶୀଘ୍ର ନ ସାରିଲେ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ଲୋକ ଚେତାବନି ଦେଇଛନ୍ତି | ଏପରିକି ଲୋକେ ଦୈାନନ୍ଦିନ ଯାତାୟତ ରେ ନାହି ନଥିବା ଅସୁବିଧା ସମ୍ନୁଖିନ ହେଉଛନ୍ତି। ଏହି ବ୍ରିଜ୍ କାମ ସଂମ୍ପୁର୍ଣ୍ଣ ନହେବାରୁ ବ୍ରିଜ୍ ର ଅପର ପାର୍ଶ୍ବରେ ଥିବା ସାମ୍ପିନି ଗ୍ରାମର ଗ୍ରାମବାସି ରେସନ କାର୍ଡ ଚାଉଳ ହାତେଇବା ପାଇଁ ୨୦ କିମି ବୁଲି ଘଣାନ୍ତ୍ରୀ ପଞ୍ଚାୟତ କୁ ଯିବାକୁ ପଡୁଥିବା କହିଛନ୍ତି। ତୁରନ୍ତ ବ୍ରିଜ୍ କାମ ସାରିବା ପାଇଁ ଦାବି କରିଛନ୍ତି ଗ୍ରାମବାସି।
ଘଣାନ୍ତ୍ରୀ ପଞ୍ଚାୟତର ସାମ୍ପିନି ଓ ମେରିଙ୍ଗି ମଧ୍ୟରେ ବହି ଯାଇଛି ମହେନ୍ଦ୍ର ତନୟା ନଦୀ । ଲୋକଙ୍କ ଦାବି ପ୍ରକାରେ ଏହି ନଦୀ ଉପରେ ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଆହ୍ୱାନ କରିଥିଲା । ହେଲେ ଲୋକଙ୍କ ଆଶା ଆଶା ରେ ହିଁ ରହି ଯାଇଛି | ନା ସରୁଛି କାମ ନା ଉପକାର ପାଇପାରୁଛନ୍ତି ଲୋକ । ଏଯାଏଁ ପଚାଶ ପ୍ରତିଶତ କାମ ଶେଷ ହୋଇନାହିଁ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରି ନିର୍ବାହି ଯନ୍ତ୍ରୀ ଚିତ ରଂଞ୍ଜନ ପଣ୍ଡା ଙ୍କ ପ୍ରତିକ୍ରିୟା ମିଳିଥିବା ତଥ୍ୟ ଅନୁସାରେ ଠିକା ସଂସ୍ଥା ଅବଧି ସମୟ ମଧ୍ୟରେ ସାରିନି ବିଭାଗ ତଳଫରୁ ଅନେକ ଚେଷ୍ଟା କରାଯାଇଛି। ଦୀର୍ଘ ବର୍ଷ ଧରି କାମ ହେଇପାରୁନଥିବାରୁ ନିର୍ମାଣ କାରୀ ସଂସ୍ଥା ବିରୋଧରେ ଉପରିସ୍ତ ଅଧିକାରି ଙ୍କୁ ଅବଗତ କରାଯାଇଛି। ବଳକା ରହିଥିବା କାମ କୁ ସଂମ୍ପୁର୍ଣ୍ଣ କରିବା ପାଇଁ ପୁଣି ଥରେ ବଳକା ଥିବା ଟଙ୍କା ରେ ଆର୍ଥୀକ ବ୍ୟୟବରାଦ କରାଯାଇ ପୁନଃ ଟେଣ୍ଡର କରିବା ପାଇଁ ଉପରିସ୍ତ ବିଭାଗକୁ ପଠାଯାଇଛି। ଅନୁମୋଦନ ହେଲେ ଅତିଶିଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି।ଏହି ବ୍ରିଜ୍ କାମ କେବେ ସରିବ ତାକୁ ଦେଖିବାକୁ ବାକିରହିଲା।