ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନହୁଣ୍ଡିରୁ ବାହାରିଲା ୧୦୫୫୨୮୪୫)- ଟଙ୍କା, ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା
ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ବ୍ୟବଧାନ ପରେ ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆର୍ ଆଇ, ମନ୍ଦିର ପରିଚାଳନା କମିଟି ତତ୍ବାବଧାନରେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ଓ ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତରେ ପର୍ଯାୟକ୍ରମେ ୯ଟି ଦାନ ହୁଣ୍ଡି ଆଜି ସକାଳ ୧୦ ଘଟିକା ସମୟରୁ ଖୋଲାଯାଇ ଗଣତି କରାଯାଉଛି I ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଦୀର୍ଘ ୮ ଘଣ୍ଟା ଧରି ଗଣତିରୁ ନଗଦ ୧୦୫୫୨ ୮୪୫ ଟଙ୍କା ସମେତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିଲା । ଏଥିସହିତ ଆମେରିକା, ଶ୍ରୀଲଙ୍କା ଓ ୟୁଏଇ ଦେଶ ଭଳି ୫ ଟି ଦେଶର ୨୩ ଟି ବିଦେଶୀ ନୋଟ, ମୁଦ୍ରା ମଧ୍ୟ ବାହାରିଛି। ଏଥିସହ ଗୋଟିଏ ଲେଖାଏ ଅଚଳ ୫୦୦ ଓ ୨୦୦୦ ଏବଂ ଗୋଟିଏ ୧ ହଜାର ଟଙ୍କା ନୋଟ ବାହାରିଛି। ପୂର୍ବରୁ ଜୁଲାଇ ୭ ତାରିଖରେ ହୁଣ୍ଡିରୁ ୧୦୪୩୬୯୬ ଟଙ୍କା ସହିତ ୮୩ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ଦେଶର ବିଦେଶୀ ନୋଟ ମଧ୍ୟ ବାହାରିଥିଲା। ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରକୁ ପଠାଇ ଦିଆଯାଇଛିା ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ସଙ୍ଗଠନର ପାଖାପାଖି ୨୫୦ ମହିଳା ଏବଂ ପୁରୁଷ ନିୟୋଜିତ ଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
