March 13, 2025
Home » ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ , ନିଜ ବାସଭବନରେ ଖୋଲିଛନ୍ତି ନିଜସ୍ଵ କୋଚିଂ ସେଣ୍ଟର୍ l କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ , ନିଜ ବାସଭବନରେ ଖୋଲିଛନ୍ତି ନିଜସ୍ଵ କୋଚିଂ ସେଣ୍ଟର୍ l କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

0

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା  ବ୍ଲକ କଳାପଥାର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଓ ପୁରାତନ ଛାତ୍ର । ଘଟଣାର ନିରପେକ୍ଷ ତଦନ୍ତ କରି ସଂପୃକ୍ତ ଅଧ୍ୟାପକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଉପଜିଲ୍ଲାାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକଟର ଉପେନ୍ଦ୍ର ଦାସଙ୍କୁ ଦାବିପତ୍ର ଦେଇଛନ୍ତି। ଅଭିଭାବକ ଙ୍କ ଅଭିଯୋଗ ହେଲା କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ବିଭିନ୍ନ ସମୟରେ କଲେଜର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ସେ ଜଣେ ସରକାରୀ ଅଧ୍ୟାପକ ହୋଇଥିଲେ ହେଁ ନିଜ ବୀରମହାରାଜପୁର ବାସଭବନରେ ବେଆଇନ କୋଚିଙ୍ଗ ସେଣ୍ଟର୍ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । କେବଳ ସେତିକି ନୁହେଁ ତାଙ୍କ ପାଖକୁ ପଢ଼ି ନଗଲେ ଛାତ୍ର ଙ୍କୁ ଧମକ ଓ ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।ଦିନକୁ ଦିନ ସଂପୃକ୍ତ ବିଭାଗରେ ଛାତ୍ର ଛାତ୍ରୀ ସଂଖ୍ୟା କମିବାରେ ଲାଗିଛି l ଯେଉଁ ଛାତ୍ର ଛାତ୍ରୀ ମାନେ ତାଙ୍କ କୋଚିଂ ସେଣ୍ଟର୍ ରେ ପଢ଼ିବେ ତାଙ୍କୁ ପରୀକ୍ଷା ସମୟରେ ସହଯୋଗ କରିଥାନ୍ତି ଓ ଯେଉଁ ମାନେ ପଢନ୍ତି ନାହିଁ ସେହି ଛାତ୍ର ଛାତ୍ରୀ ମାନଙ୍କୁ ଅସୁବିଧାରେ ପକାଇଥାନ୍ତି । ଦିନକୁ ଦିନ ସଂପୃକ୍ତ ବିଭାଗରେ ଛାତ୍ର ଛାତ୍ରୀ ସଂଖ୍ୟା କମିବାରେ ଲାଗିଛି । ତେଣୁ ବିଦ୍ୟାଳୟ କତୃପକ୍ଷ ସଂପୃକ୍ତ ଅଧ୍ୟାପକଙ୍କୁ ପରୀକ୍ଷା ପରିଚାଳନ ରୁ ଦୂରେଇ ରଖିଥାନ୍ତି । ବିଭିନ୍ନ ସମୟରେ ତାଙ୍କ କାର୍ଯ୍ୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଦନାମ ହେଉଥିବା ଅଭିଯୋଗ ଆଣିଛନ୍ତି। ତୁରନ୍ତ ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରିବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ମହାବିଦ୍ୟାଳୟ ରେ ଆଗକୁ ଶିକ୍ଷାଦାନ ରେ ବାଧାପ୍ରାପ୍ତ ହେବା ସହିତ ଉକ୍ତ ମହାବିଦ୍ୟାଳୟ ରେ ଅଭିଭାବକ ମାନେ ତାଲା ମାରି ଅଚଳ କରିବାକୁ ଧାମକ୍ ଦେଇଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *