November 13, 2025
Home » ଅନଲାଇନ ନିରାପତ୍ତା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଅନଲାଇନ ନିରାପତ୍ତା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

0
WhatsApp Image 2025-11-13 at 1.38.20 PM

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧିନରେ ସୁବର୍ଣ୍ଣପୁର ଠାରେ ଅନଲାଇନ ନିରାପତ୍ତ ବା ସାଇବର ଉତ୍ପୀଡନ ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞଳିନା ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ରେଣୁକା ସୁନା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୂପମା ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ନିୟୋଜନ ଓ ଦକ୍ଷତା ବୃଦ୍ଧି ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ର ସମସ୍ତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଗୁଡିକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମହିଳା ପରିଦର୍ଶିକା ,ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଝିଅ , ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ , କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ। ଏହି ତାଲିମ କର୍ମଶାଳାରେ ଉପ ଆରକ୍ଷୀ ଅଧିକ୍ଷକ ରେଣୁକା ସୁନା ଓ ଶ୍ରୀ ଆଶିଷ କୁମାର ଅଗ୍ରୱାଲ, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗର ମୁଖ୍ୟ, ରାଜ ମହାବିଦ୍ୟାଳୟ, ସୋନପୁର ଅନଲାଇନ ନିରାପତ୍ତା ବା ସୁରକ୍ଷା ଓ ସାଇବର ଉତ୍ପୀଡନ / ସାଇବର ଅପରାଧ ଉପରେ ବିଶଦ ଭାବରେ ଅବଗତ କରାଇଥିଲେ ଓ କିପରି ଏହି ସାଇବର ଉତ୍ପୀଡନ / ସାଇବର ଅପରାଧରୁ ରକ୍ଷା ପାଇପାରିବ ସେ ବିଷୟରେ ବିଶେଷକରି ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଏହି କର୍ମଶାଳାକୁ ବାସନ୍ତୀ ଭୋଇ,ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପରିଚାଳନା କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *