March 13, 2025
Home » ଅନିଶ୍ଚିତ ଆଶଙ୍କା ମଧ୍ୟରେ ମିଶନ ଶକ୍ତି କମ୍ଯୁନିଟି ସପୋର୍ଟ କର୍ମଚାରୀ । ୧୫ ମାସର ବକେୟା ପ୍ରାପ୍ୟ ପାଇଁ ସାଂସଦଙ୍କୁ ଭେଟିଲେ …

ଅନିଶ୍ଚିତ ଆଶଙ୍କା ମଧ୍ୟରେ ମିଶନ ଶକ୍ତି କମ୍ଯୁନିଟି ସପୋର୍ଟ କର୍ମଚାରୀ । ୧୫ ମାସର ବକେୟା ପ୍ରାପ୍ୟ ପାଇଁ ସାଂସଦଙ୍କୁ ଭେଟିଲେ …

0

 

ନିଜର ବକେୟା ପ୍ରାପ୍ୟ ପ୍ରଦାନରେ ସହଯୋଗ କରିବା ପାଇଁ ଧର୍ମଗଡ଼ ଏମବିକେ ସଂଘ କଳାହାଣ୍ଡି ସାଂସଦ ମାଳବିକାଙ୍କୁ ଭେଟି ଅନୁରୋଧ କରିଛି। ଦୀର୍ଘ ୧୫ ମାସ ହେବ ଧର୍ମଗଡ଼ ସମେତ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏମିବିକେ ସିଆରପି ଆଦି କମ୍ୟୁନିଟି ସପୋର୍ଟ ଷ୍ଟାଫ ତାଙ୍କ ପ୍ରୋତ୍ସାହନ ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ମିଶନ ଶକ୍ତିର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ସରକାର ବଦଳିବା ପରେ ମିଶନ ଶକ୍ତିକୁ ନେଇ ଦ୍ଵନ୍ଦ ଉପୁଜିଥିଲା। କିନ୍ତୁ ଖୋଦ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଏହି ବିଭାଗର ମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହି ବିଭାଗ ଅଧିନରେ କାର୍ଯ୍ୟକରୁଥିବା ଏମବିକେ,ସିଆରପି ଆଦି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହୋଇଥିଲା। ତେବେ ଦୀର୍ଘ ୧୫ ମାସର ପ୍ରୋତ୍ସାହନ ରାଶି ମିଳିନଥିବାରୁ ସମସ୍ତ ସପୋର୍ଟ ଷ୍ଟାଫଙ୍କ ପରିବାର ପ୍ରତିପୋଷଣରେ ବାଧା ଉପୁଜୁଛି। ଏପରିକି ଗଣପର୍ବ ନୂଆଁଖାଇ ସମୟରେ ମଧ୍ୟ ବକେୟା ପ୍ରାପ୍ୟ ନମିଳିବା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। କେଉଁ ପରିସ୍ଥିତିରେ ଏମାନଙ୍କ ପ୍ରାପ୍ୟ ମିଳିବାରେ ବିଳମ୍ବ ହେଉଛି ସେନେଇ ଓଡ଼ିଶା ଜୀବିକା ମିଶନ କିମ୍ବା ମିଶନ ଶକ୍ତି ବିଭାଗ ପାଖରେ ଉତ୍ତର ନାହିଁ। ଏକକାଳୀନ କାର୍ଯ୍ୟରେ ଯୋଗଦାନ କରିଥିବା କିଛି ପଞ୍ଚାୟତର ଜିପିଏଲଏଫ ଏକାଉଣ୍ଟ୍ମମାନଙ୍କରେ ଯଥେଷ୍ଟ ଅନୁଦାନ ରାଶି ଜମା ହୋଇଛି ‌ ସେହି ପଞ୍ଚାୟତ ମାନଙ୍କରେ ସେହି ଏକାଉଣ୍ଟରୁ ସେମାନେ ତାଙ୍କ ପ୍ରୋତ୍ସାହନ ରାଶି ପାଇଁ ବିଲିଂ କରୁଥିବା ବେଳେ ଅନୁଦାନ ଅଭାବରୁ ଅନେକ ପଞ୍ଚାୟତ ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ବିଗତ ଦିନମାନଙ୍କରେ ଏମବିକେ ସିଆରପି ସଂଘ ତରପରୁ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ ସହ ଦାବୀ ପୁରଣ ନହେଲେ କଲମ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିଲେ। ତଥାପି ପ୍ରଶାସନ ପ୍ରୋତ୍ସାହନ ରାଶି ପ୍ରଦାନରେ କୌଣସି ତତ୍ପରତା ପ୍ରକାଶ କରିନଥିଲା। ଯାହା ଫଳରେ ଗତ ୩୦/୯/୨୪ରୁ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କମ୍ଯୁନିଟି ସପୋର୍ଟ ଷ୍ଟାଫ କଲମ ଛାଡ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଥିବାବେଳେ ଧର୍ମଗଡ କମ୍ଯୁନିଟି ସପୋର୍ଟ ଷ୍ଟାଫ ସାଂସଦଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ଏମବିକେ କଳ୍ପନା ପାନ,ବାସମତି ମେହେର, ପଙ୍କଜିନୀ ଦୁର୍ଗା ,ଡଲି ମହାନନ୍ଦ,ମାଧବୀ ସୁନାନୀ,କ୍ଷୀରମଣି ଗୋପାଳ,ବନିତା ବାଗ,ସିଆରପି ଜେମା ବିଶି,ସୁଶୀଳା ଗୋପାଳ ପ୍ରମୁଖ ସାଂସଦ ଙ୍କୁ ଭେଟିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *