ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଓ ସଂଖ୍ୟା ଲଘୁ ଏବଂ ପଛୁଆବର୍ଗ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ : ନୟାଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଏବଂ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସରକାରୀ ଉଚ୍ଚ ବିଦ୍ୟାଳୟ ବଡସିଲିଙ୍ଗା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଗୁଡ଼ା, ସରକାରୀ ଉଚ୍ଚ ବିଦ୍ୟାଳୟ ବାଣିଗୋଛା, ସରକାରୀ ଉଚ୍ଚ ବିଦ୍ୟାଳୟ ଡିମିରିପାଲୀର ପ୍ରାୟ ୧୧୦ ଜଣ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାର ସମସ୍ତ ଏସ୍ ଏସ ଡି ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ , ବ୍ଲକ ମଂଗଳ ଅଧିକାରୀ ରଶ୍ମୀ ରଞ୍ଜନ ବାରିକ, ବିଦ୍ୟାଳୟ ପରିଚାଳନା କମିଟି ଲୋକନାଥ ନାୟକ, ଅଲୁମିନି ସଭାପତି ପ୍ରଦୀପ କୁମାର ସାହୁ, ସହ କ୍ରୀଡ଼ା ଶିକ୍ଷକ ହେମନ୍ତ ନାୟକ, ସାଧୁଚରଣ ପ୍ରଧାନ,ଦେବାସିସ୍ ମଲ୍ଲ, ସୁର୍ଯ୍ୟକାନ୍ତ ମଲିକ୍,ବ୍ରଜକିଶୋର ମଣ୍ଡଳ ,ସତ୍ୟନାରାୟଣ ଦାସ ଖେଳକୁ ପରିଚାଳନା କରିଥିଲେ । ବିଜୟ କୁମାର କହଁର ସରକାରୀ ଉଚ୍ଚ ବିଦ୍ୟାଳୟ ବାଣିଗୋଛାର ଛାତ୍ର, ତପସ୍ଵିନୀ ଦେହୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଗୁଡ଼ାର ଛାତ୍ରୀ ଚମ୍ପିୟାନ ହୋଇଥିଲେ ।ଉକ୍ତ କ୍ରୀଡା ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା ତେତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
