March 13, 2025
Home » ଅନ୍ତର୍ଜାକିତ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ

ଅନ୍ତର୍ଜାକିତ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ

0

ଦେବଗଡ଼ ତା ୮.୩.୨୫ ଅନ୍ତର୍ଜାକିତ ମହିଳା ଦିବସ ଅବସରରେ ଆଜି ସମବାୟ ସମିତି ଉପନିବନ୍ଧକ ମନିକା ରାୟଙ୍କ ନେତୃତ୍ବରେ ଏକ ସଚେତନତା ରାଲି ସମବାୟ କାର୍ଯ୍ୟlଳୟ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟlଳୟ ପରିକ୍ରମା କରିଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସହକାରୀ ନିବନ୍ଧକ ସମବାୟ ସମିତି ଭବାନୀକାନ୍ତ ନାୟକ, ଉପ ସହକlରୀ ସମୀକ୍ଷକ ଲମ୍ବୋଦର ସାହୁ, ସମବାୟ ସମିତି ଅନ୍ତର୍ଗତ ମହିଳା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପରେ ପରେ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ସମ୍ବଲପୁର ସାଂସଦ ଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ବରଣ୍ୟ ଅତିଥି ଭାର ପ୍ରାପ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପରକ୍ଷିତ,କିଶୋର ନ୍ୟାୟ ପରିଷଦ ସଦସ୍ୟ ଗାୟତ୍ରୀ ଦ୍ବିବେଦୀ, ଜିତା ନିର୍ଦ୍ଦେଶିକା ଅନୂପମା ରାଉତ,ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପିଙ୍କିରାଣୀ ନନ୍ଦ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଦିବସ ଅବସରରେ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ହେବା ଏବଂ ସମାଜ ପ୍ରତି ଥିବା ଦାୟିତ୍ୱ ସଂପର୍କରେ ସଚେତନତା ହେବାକୁ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ପ୍ରଶାସନ ପକ୍ଷ ରୁମହିଳା ସୁରକ୍ଷା ଏବଂ ଶାରିରୀକ ମାନସିକ ବିକାଶ ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ବିଷୟରେ ଆଲୋକପାତ କରିଥିଲେ।ପରେ ପରେ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କ ଦ୍ୱାରା ବେଷ୍ଟ ଅଙ୍ଗନବାଡ଼ି ଓ ସୁପର୍ ର୍ଭାଇଜର,ସିଡିପିଓ ,ସକ୍ଷୀ, ଅଙ୍ଗନବାଡି ହେଲ୍ପର ,ତିଲେଇବନି ବ୍ଲକ କୈଳାସ ସୁକୁମାରୀ ସାହୁ ଓ ପାଲୁନିପଡ଼ା ଦିପlଳି ପଟେଲ,ରିଆମାଳ ବ୍ଲକ ହୃଦାପାଲି ବିଶ୍ଵ ମା ପଦ୍ମିନୀ ସ୍ଵଂୟ ସହାୟକଗୋଷ୍ଠୀ, ବାରକୋଟ ବ୍ଲକ ବାଲିରଇ ଶ୍ରୀମତୀ ଝରଣାମୟି ପ୍ରଧାନ, ଗୁରୁସଙ୍ଗ ଜୀତା ସ୍ୱେଚ୍ଛା ସେବୀ ଓ ବେଷ୍ଟ୍ ଫିଲ୍ଡର ଫାଉଣ୍ଡେସନ ଆୱାର୍ଡ଼, ସ୍କୁଲ୍ ପିଲାଙ୍କ ମଧ୍ୟରେ ଜଣା ଅଜଣା , ଚିତ୍ରାଙ୍କନ,ରଚନାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।ପରେ ପରେ ଦେବଗଡ଼ ଜିଲ୍ଲାର ୭୭,୯୮୧ ଜଣ ମହିଳାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସୁଭଦ୍ରା ଯୋଜନା ଦ୍ଵିତୀୟ କିସ୍ତି ଅର୍ଥ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ସିଡ଼ିପିଓ, ଅଙ୍ଗନବାଡ଼ି କର୍ମୀ,ସକ୍ଷୀ , ସୁପର୍ ର୍ଭାଇଜର, ଏମ୍ ବି କେ ର ମହିଳାମାନେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯକ୍ରମକୁ ସଂଯୋଜନା କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ସୁପର୍ ର୍ଭାଇଜର ତୃପ୍ତି ଲତା ଦଳେଇ।

Leave a Reply

Your email address will not be published. Required fields are marked *