March 10, 2026
Home » ଅନ୍ତର୍ଜାତିୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

ଅନ୍ତର୍ଜାତିୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

0
WhatsApp Image 2026-03-09 at 2.42.52 PM

ସୁବର୍ଣ୍ଣପୁର ଜିଲ୍ଲାରୁ ପାଇଲେ ପ୍ରାୟ ୧,୩୫,୦୦୦ଜଣ ହିତାଧିକାରୀ l

ସୁବର୍ଣ୍ଣପୁର: ଅନ୍ତର୍ଜାତିୟ ମହିଳା ଦିବସ ଅବସରରେ ପୁରୀ ଜିଲ୍ଲା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ରେ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ଏହି ଅବସରେରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ ଟାଉନ୍ ହଲ୍ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ, ସୋନପୁର, ଡ଼.ସୌମ୍ୟlରୁପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ଉପସ୍ଥିତ ଥିଲେ। ଏଥି ସହିତ ଅନ୍ୟ ବିଭାଗୀୟ ଅଧିକାରୀ, ସୁଭଦ୍ରା ମା’, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱେଚ୍ଛାସେବୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ l ସୂଚନାଯୋଗ୍ୟକି ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରାୟ ୧,୩୫,୦୦୦ ଜଣ ହିତାଧିକାରୀ ଙ୍କୁ ସୁଭଦ୍ରା ଯୋଜନା ର ଅର୍ଥ ସହାୟତା ପ୍ରଦାନ କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *