ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟମାନତା ଦିବସ-୨୦୨୫ ଉତ୍ସବ ଅନୁଷ୍ଠିତ: କିନ୍ନର ମାନେ ଆମ ସମାଜର ଅବିଛେଦ୍ୟ ଅଙ୍ଗ : ସେମାନେ କେବେବି ଭିନ୍ନ ନୁହଁନ୍ତି l

ସୁବର୍ଣ୍ଣପୁର— ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ସଶକ୍ତ କରଣ ବିଭାଗ ସୁବର୍ଣ୍ଣପୁରଙ୍କ ତରଫରୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟମାନତା ଦିବସ-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ୍ର କିନ୍ନର ମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ , ଅଞ୍ଜଲିନା ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାlଳୟ, ସୁବର୍ଣ୍ଣପୁର , ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ୍, ସୁବର୍ଣପୂର , ଭାରପ୍ରାପ୍ତ ଥାନା ଅଧିକାରୀ ( ମହିଳା ଏବଂ ଶିଶୁ ଶାଖା ) ସୋନପୁର ଥାନା, ଜିଲ୍ଲା ପଞ୍ଚାୟତ୍ ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଅଧିକାରୀ ଏବଂ ସହାୟକ ଜିଲ୍ଲାପାଳ, ଜିଲ୍ଲାପାଳ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଆଦି ଉପସ୍ଥିତ ରହି କିନ୍ନର ଅଧିକାର ଉପରେ ନିଜ ନିଜର ବିଭାଗୀୟ କଲ୍ୟାଣ କାରୀ ଯୋଜନାର ତଥ୍ୟ ଉପସ୍ଥାପନା ସହ ଆବଶ୍ୟକ ସୁବିଧା ସୁଯୋଗ ଉପରେ କହି କିନ୍ନର ମାନଙ୍କର ମନୋବଳ ବୃଦ୍ଧି କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଆଧିକାରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ସେବୟୋଗୀମାନେ , ମଦନିବାରଣ ସେବୟୋଗୀ ମାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କିନ୍ନର ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଅତିଥିମାନେ କିନ୍ନର(ଟ୍ରାନ୍ସଜେଣ୍ଡର୍) ଅଧିକାର ନେଇ ନିଜ ମତ ଓ ଦୃଷ୍ଟିକୋଣ ପ୍ରକାଶ କରିଥିଲେ। ଏଲ୍ଇଡି ସ୍କ୍ରିନରେ ପ୍ରୋଜେକ୍ଟର ମାଧ୍ୟମରେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ଉପରେ ଚିତ୍ରଣ ପ୍ରଦର୍ଶିତ ସହ ତଥ୍ୟ ଉପସ୍ଥାପନା ହୋଇଥିଲା। ତରଭା ଗୋଷ୍ଠୀ ସାମାଜିକ ସୁରକ୍ଷା ଆଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ, କିନ୍ନର ଅଧିକାର ଅଧିନୟମ -୨୦୧୯ ବିଷୟରେ ବିସ୍ତୃତ ବର୍ଣନା କରି ସମସ୍ତଙ୍କୁ ସଚେତନ କରିଥିଲେ । ପରିଶେଷ ରେ ୧୫ ଜଣ କିନ୍ନରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କିନ୍ନର ମାନେ ସମାଜର ମୁଖ୍ୟ ସ୍ରୋତର ଅଙ୍ଗ, ସେମାନେ ଭିନ୍ନ ନୁହନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମଟି ଧନ୍ୟବାଦ ଜ୍ଞାପନ ଏବଂ ମଧ୍ୟାହ୍ନ ଭୋନ ସହିତ ସମାପନ ହୋଇଥିଲା।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର