ଅନ୍ତର୍ଜାତୀୟ ମହିଳା ଦିବସ ଉଦଘାଟିତ
*
(ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର, ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି)
ନୟାଗଡ଼ ଜିଲ୍ଲାର ଇନଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ମହିଳା ଦିବସର ଉଦଘାଟନ ଉତ୍ସବରେ ସମ୍ମାନନୀୟା ଜିଲ୍ଲାପାଳ, ନୟାଗଡ଼ ମଧୁମିତା ରଥ, ସମ୍ମାନନୀୟା ଅଧ୍ୟକ୍ଷା, ପୌର ପରିଷଦ ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପ୍ରମୁଖ ଯୋଗ ଦେଇ ପ୍ରଥମେ ଭଗବାନଙ୍କ ନିକଟରେ ପୁଷ୍ପମାଲ୍ୟ, ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l

ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଜିଲ୍ଲାପାଳ ଯୋଗର ଉପକାରିତା ବିଷୟରେ ଉପସ୍ଥିତ ଅଂଶୀଦାରମାନଙ୍କୁ ଅଭିବ୍ୟକ୍ତି ପ୍ରଦାନ କରିଥିଲେ l ଯୋଗ ପ୍ରଶିକ୍ଷଣ ଦେବାକୁ ୩ ଜଣ ଯୋଗ ଗୁରୁ ଦୀପ୍ତିମୟୀ ଜେନା, ସୁଶ୍ମୀତା ଦାଶ ଓ ସୁଶ୍ରୀ ସଂଗୀତା ନାୟକ ଯୋଗ ଦେଇଥିଲେ l ଜୁମ୍ବା କାର୍ଯ୍ୟକ୍ରମରେ ମହିଳା ମାନେ ଭାଗ ନେଇ ବହୁତ ଖୁସି ପ୍ରକଟ କରିଥିଲେ l

ଏହି କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ, ସୁଜାତା କୁମାରୀ ସାହୁଙ୍କ ତତ୍ୱାବଧାନରେ କରାଯାଇଥିଲା l ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ, ନୟାଗଡ଼ ପୌର ପରିଷଦ ସ୍ନେହଲତା ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ l

ନୟାଗଡ଼ ଜିଲ୍ଲାର ବିଭିନ୍ନ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୩୦୦ରୁ ଉର୍ଦ୍ଧ୍ୱ ମହିଳା ଏଥିରେ ଯୋଗ ଦେଇଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
