ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସର ରେ ପଞ୍ଚମ ଦିବସ ରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି l ଏହି ଉପଲକ୍ଷେ ଆଜି ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ବୁଖ ରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l
ସୋନପୁର ସିଡିପିଓ ଶ୍ରୀମତୀ ସାଗରିକା ସ୍ବାଇଁ ଙ୍କ ନେତୃତ୍ଵ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସୋନପୁର ବିଡ଼ିଓ ଶ୍ରୀ ସଂଜୀବ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମହିଳା ମାନେ ସ୍ୱାବଲମ୍ବୀ ହେବା, ସଶକ୍ତିକରଣ ଓ ସାକ୍ଷରତା ଲକ୍ଷ୍ୟ ସହ ଘରୋଇ ହିଂସା ରୁ ବାଲ୍ୟ ବିବାହ ରୁ ମୁକ୍ତ ହେବା ଓ ସୁଭଦ୍ରା ଯୋଜନା ରେ ସାମିଲ୍ ହୋଇ ଓଡ଼ିଶା କୁ ସମୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିର ଏହି ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ଶୁଭଦ୍ରା ସହିତ ସାମିଲ୍ ହେବା -ଓଡ଼ିଶା ସମୃଦ୍ଧି ର ମଙ୍ଗ ଧରିବା ଇତ୍ୟାଦି ନାରା ଦେଇଥିଲେ ମହିଳା ମାନେ l ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା, ସୁଭଦ୍ରା ହିତାଧିକାରୀ ଙ୍କ ସମେତ ସ୍ବେଛାସେବୀ ମହିଳା ଓ ବୁଦ୍ଧିଜୀବି ସାମିଲ୍ ହୋଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର