July 1, 2025
Home » ଅନ୍ତିମ ସମୟରେ ଆଦିବାସୀ ଯୁବକ ଜଣକ ତାଙ୍କ ଅଙ୍ଗ ଦାନ କରି ରକ୍ଷା କଲେ ଚାରି ଜୀବନ

ଅନ୍ତିମ ସମୟରେ ଆଦିବାସୀ ଯୁବକ ଜଣକ ତାଙ୍କ ଅଙ୍ଗ ଦାନ କରି ରକ୍ଷା କଲେ ଚାରି ଜୀବନ

0
WhatsApp Image 2025-05-13 at 5.34.28 PM

ଅଙ୍ଗଡନ ଭଳି ମଟ ଚିନ୍ତାଧାରା ପାଇଁ ମାତାପିତା ପ୍ରଶଂସାପତ୍ର ସହ ଅନ୍ୟ ପାଇଁ ପ୍ରେରଣା : ଗୁଣୁପୁର ବିଧାୟକ

ଏକ ଦୁର୍ଘଟଣାରେ ଗତ ବୁଧବାର ୭ ତାରିଖରେ ରାୟଗଡା ଜିଲ୍ଲା  ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର  ଯୁବକ ଦିଲୀପ ମାଣ୍ଡାଙ୍ଗିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ବ୍ରେନ୍ ଡେଡ୍ ହୋଇଯିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ ମେଡିକାଲ କଲେଜରେ ଭେଣ୍ଟିଲେଟରରେ ରଖି ଚିକିତ୍ସ ଚାଲିଥିଲା । କିନ୍ତୁ,ଡାକ୍ତର ପରିବାରଙ୍କୁ ଯୁବକ ବଞ୍ଚିବା କଷ୍ଟକର ବୋଲି କହିବା ପରେ ଗୁରୁତର ଯୁବକଙ୍କର ବାପା ସତ୍ୟ ମାଣ୍ଡାଙ୍ଗି ଏବଂ ମା’ ତାଙ୍କ ପୁଅର ଜୀବନ ଅନ୍ୟମାନଙ୍କ ଦେହରେ ବଞ୍ଚିରହିବା ମହତ ଉଦ୍ଦେଶ୍ୟରେ ତାଙ୍କ ପୁଅର ଶରୀରରେ ଥିବା ବିଭିନ୍ନ ଅଙ୍ଗଦାନ କରିବା ପାଇଁ ଡାକ୍ତରଙ୍କୁ କହିବା ଅନୁଯାୟୀ ଡାକ୍ତରଖାନା କର୍ତ୍ତୃପକ୍ଷ ଦ୍ଵାରା ବିଶାଖାପାଟଣାରୁ ଶରୀରର ଅଙ୍ଗ କଡାଯିବା ପାଇଁ ନିୟୋଜିତ ଥିବା ଏକ ଡାକ୍ତର ଟିମ୍ ଆସି ସୋମବାର ଦିନ ବ୍ରେନ ଡେଥ ଥିବା ଯୁବକ ଦିଲୀପଙ୍କ ଶରୀରରୁ ୨ଟି କିଡନି,ଲଙ୍ଗସ ଏବଂ ଲିଭରକୁ ସୁରକ୍ଷିତ ଭାବରେ କାଢ଼ିଥିଲେ । ତାପରେ ସୁରକ୍ଷିତ ଭାବେ ଆବଶ୍ୟକ ହେଉଥିବା ଅନ୍ୟ  ମେଡିକାଲ୍‌କୁ ପଠାଯାଇ ସେଠାରେ ଆବଶ୍ୟକତା ଥିବା ୪ ଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା । ଏନେଇ ମେଡିକାଲର ଟ୍ରାନ୍ସପ୍ଲାଣ୍ଟ କୋଡିନେଟର ଜଣାଇଛନ୍ତି ଯେ  ୪ ଜଣ ରୋଗୀଙ୍କ ଦେହରେ ନୂତନ ଅଙ୍ଗ ପ୍ରତିରୋପଣ ନୂତନ ଜୀବନ ଦେଇପରିଚି ।
ଅଙ୍ଗଦାନ କରିବା ପରେ ମେଡିକାଲ୍ କର୍ତ୍ତୃପକ୍ଷ ପୁଅର ମୃତଦେହକୁ ଶେଷ ସମ୍ନାନ ଜଣାଇ ପରିବାରକୁ ହସ୍ତାନ୍ତର କରିବା ପରେ ସୋମବାର ରେଗେଡାରେ ଯୁବକଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।ଯୁବକଙ୍କ ଅନ୍ତିମ ସଂସ୍କାରରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇ ଶେଷ ଦର୍ଶନ କରି ଆଦିବାସୀ ଦିଲୀପଙ୍କ ପରିବାର ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ପ୍ରଶଂସା କରି ଏହା ଏକ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହି ଥିଲେ ।
ପୁଅର ଶେଷ ଅବସ୍ଥାରେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏକ ମହତ୍ ଉଦ୍ଦେଶ୍ୟ ରଖି ଅଙ୍ଗଦାନ ପଦକ୍ଷେପକୁ ନେଇ ଚାରିଆଡ଼େ ପ୍ରଶଂସାର ବିଷୟ ପାଲଟି ଏକ ଚର୍ଚ୍ଚା ହେଉଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *