ଅନ୍ଧାର ରେ ଜାତିର ପିତା ମହାତ୍ମା ଗାନ୍ଧି

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୁମା କଳା ପରିଷଦ ଠାରେ ରହିଛି ମାର୍ବଲ ପଥରର ୫ ଫୁଟ ଉଚ୍ଚତା ର ବାପୁଜୀ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି। ଏହିପରି ମୂର୍ତ୍ତି ଅଞ୍ଚଳ ରେ ନାହିଁ।ଏହା ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୈାରବ। ମାତ୍ର ଦୁଃଖର ବିଷୟ ଯେ ସଂନ୍ଧ୍ୟା ହେଲେ ମହାତ୍ମା ଗାନ୍ଧି ଅନ୍ଧାରରେ ବୁଡିଯାଏ। ସହର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଲାଇଟ ଲଗାଇ କୁଚିଣ୍ଡା ଏନଏସି ଲାଇଟ ଲଗାଇ ଆଲୋକିତ କରୁଥିବା ସମୟରେ ମହାତ୍ମା ପ୍ରତିମୂର୍ତ୍ତି ରେ ସଂନ୍ଧ୍ୟା ସମୟରେ ଆଲୋକିତ କରିବା ଲାଇଟ ଟିଏ ଜଳୁ ନାହିଁ।ଏଣୁ ପ୍ରଶାସନ ପକ୍ଷରୁ ଏହି ମୂର୍ତ୍ତି ଠାରେ ଲାଇଟ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।
କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )