March 12, 2025
Home » ଅନ୍ଵେଷା ହଷ୍ଟେଲ୍‌ରେ ସହାପାଠୀଙ୍କୁ ମରଣାନ୍ତକ ଆକ୍ରମଣ,

ଅନ୍ଵେଷା ହଷ୍ଟେଲ୍‌ରେ ସହାପାଠୀଙ୍କୁ ମରଣାନ୍ତକ ଆକ୍ରମଣ,

0

ରାମନାଗୁଡା :ରାୟଗଡା ଜିଲ୍ଲା ଏକ ଆଦିବାସି ଅଧୁଷିତ ଜିଲ୍ଲା। ଆଦିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଗୁଣୁପୁର ତହସିଲ୍ ଅଫିସ୍ ନିକଟରେ ଥୁବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ଵେଷା ହଷ୍ଟେଲ୍ ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରୁଛନ୍ତି। ଆକ୍ରମଣ ଶିକାର ହେଇଥିକବ ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣି, ଉଥାପା ଶବର ଅଷ୍ଟମ ଶ୍ରେଣି, ପବିତ୍ର ଶବର ଅଷ୍ଟମ ଶ୍ରେଣି ଛାତ୍ର । କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ମୋବାଇଲ୍ କ୍ୟାମେରା ରେ କଏଦ୍ କରି ଭାଇରଲ୍ କରିଛନ୍ତି। ଏହି ଭିଡିଓ ଦେଖୁଲେ ଲୋମ ଟାଙ୍କୁରି ଯିବ। ହଷ୍ଟେଲ୍‌ରେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ହଷ୍ଟେଲ୍ ରେ ରଖ୍ ଉଚ୍ଚ ଶିକ୍ଷା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ସହରାଚଂଳର ଶିକ୍ଷା ଯୋଜନାରେ ହଷ୍ଟେଲ୍ ରେ ଛାତ୍ର ମାନେ ରହି ବିଭିନ୍ନ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଅର୍ଜନ କରିବା ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଭିଡିଓ ଦେଖୁଲେ ଛାତ୍ର ମାନେ କିଭଳି ଶିକ୍ଷା ଅର୍ଜନ କରୁଛନ୍ତି ତାହା ଷ୍ପଷ୍ଠ ଅନୁମେୟ ।

ଛାତ୍ର ମାନେ ସୁରକ୍ଷିତ, ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରି ମାନେ କଭଳି ଛାତ୍ରମାନଙ୍କୁ ଦାୟିତ୍ଵର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥିରବ। ଭିଡିଓ ଭାଇରଲ ପରେ ହଷ୍ଟେଲ୍ ପହଂଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା। ଆକ୍ରମଣରେ ଶିକାର ହୋଇଥିବା ଛାତ୍ର ମାନଙ୍କୁ ଗୁଣୁପୁର ମେଡିକାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି। ଆହତ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ଠିକ୍ ଥୁବା ସୂଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି । ଜିଲ୍ଲା ପ୍ରଶାସନ ଏଥରେ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର । ଏନେଇ ହଷ୍ଟେଲ ପରି ଚାଳକ କି ବିଭାଗୀୟ ଅଧୂକାରିଙ୍କ ପ୍ରତିକ୍ରିୟା ମିଳିପାରିନି।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *