July 1, 2025
Home » ଅପରେସନ ସିନ୍ଦୂର ର ବିଜୟ ଉତ୍ସବ ପାଳନ ଅବସର ରେ ରକ୍ତ ଦାନ ଶିବିର ଆୟୋଜିତ l

ଅପରେସନ ସିନ୍ଦୂର ର ବିଜୟ ଉତ୍ସବ ପାଳନ ଅବସର ରେ ରକ୍ତ ଦାନ ଶିବିର ଆୟୋଜିତ l

0
WhatsApp Image 2025-05-10 at 4.47.50 PM

ସୁବର୍ଣ୍ଣପୁର— ଶନିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରକ୍ତ କେନ୍ଦ୍ର ରେ ଓଡିଶା ରକ୍ତ ଦାତା ସଂଘ ଓ ଜିଲ୍ଲା ରକ୍ତ ଦାତା ସେବା ସଂଘ ର ମିଳିତ ପ୍ରୟାସରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ରକ୍ତ ଦାନ କାର୍ଯ୍ୟକ୍ରମ ରେ ଜିଲ୍ଲା ରକ୍ତ ଦାତା ସେବା ସଂଘର ସଭାପତି ମନୋଜ ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇ ଥିଲା ବେଳେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଉମାକାନ୍ତ ନାଗ ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଦାନ ଶିବିର ର ଉଦ୍ଧେଶ୍ୟ ଯୁଦ୍ଧ ସମୟ ରେ ରକ୍ତ ଦାନ ଦ୍ଵାରା ଦେଶର ଅଖଣ୍ଡତା ଓ ସାହସ ବୃଦ୍ଧି ସହିତ ଦେଶ ର ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇବା ଓ ଦେଶ ଭକ୍ତି କୁ ପ୍ରଦର୍ଶନ କରିବା ସକାଶେ ଏ ଶିବିର ର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଜିଲ୍ଲା ରକ୍ତ ଦାତା ସେବା ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ରକ୍ତ କେନ୍ଦ୍ର ରେ ଏହି ଭଳି ଶିବିରର ଆୟୋଜନ କରଯାଇଛି ବୋଲି କୁହାଯାଇଛି। ଏହି ରକ୍ତ ଦାନ ଶିବିର ରେ ମଧ୍ୟାହ୍ନ ପର୍ଯ୍ୟନ୍ତ 20 ରୁ ଅଧିକ ଜଣ ସ୍ବେଛାକୃତ ରକ୍ତ ଦାନ କରିଥିବାର ଜଣାପଡିଛି । କାଉନସିଲର ଜଗତ ଦରୁଆନ, ଟେକ୍ନିସିଆନ ଟିଟୁ ଭୋଇ ଓ ରେବତୀ ମହାପାତ୍ର ପ୍ରମୁଖ ଏହି ରକ୍ତ ଦାନ ଶିବିର କୁ ପରିଚାଳନା କରିଥିଲେ ।

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *