January 31, 2026
Home » ଅବସରପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ନାଏକ ଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ନାଏକ ଙ୍କ ପରଲୋକ

0
WhatsApp Image 2026-01-06 at 5.56.23 PM

ଅବସରପ୍ରାପ୍ତ ଶିକ୍ଷକ ତଥା କଳାହାଣ୍ଡି ପଣ୍ଡରା ମାଳି ସଂଘର ସଂପାଦକ ଅଚ୍ୟୁତାନନ୍ଦ ନାଏକ ଙ୍କ ଆଜି ଧର୍ମଗଡ ଅରବିନ୍ଦ ପଡା ସ୍ଥିତ ବାସ ଭବନରେ ୬୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସେ କିଛି ବର୍ଷ ହେଲା ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁଅ ବୋହୁ, ଝିଅ ଜ୍ୱାଇଁ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ସ୍ଥାନୀୟ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ପ୍ରଭାତ କୁମାର ନାଏକ ମୁଖାଗ୍ନୀ ଦେଇଥିଲେ। ସ୍ବର୍ଗତ ନାଏକ ୧୯୮୮ ମସିହାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବେଲଟୁକୁରୀ ଠାରେ ପ୍ରାଥମିକ ଶିକ୍ଷକ ଭାବେ ଅବସ୍ଥାପିତ ହୋଇ ଥିବା ବେଳେ ୨୦୨୩ ମସିହାରେ ମୋଟର ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ।ଧର୍ମଗଡ ବ୍ଲକ ଶିକ୍ଷକ ସଙ୍ଘର ସଂପାଦକ ଭାବେ ପାଞ୍ଚ ବର୍ଷ ରହିଥିବା ବେଳେ ୨୦୧୯ ମସିହାରେ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ।୨୦୧୪ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସେ ପଣ୍ଡରାମାଳି ସମାଜର ସଂପାଦକ ଭାବେ ରହିଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ପଣ୍ଡରା ମାଳି ସଂଘର ସଭାପତି ଦୁର୍ଗା ପ୍ରସାଦ ନାଏକ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି କବିରାଜ ଦୁର୍ଗା, ସଂପାଦକ ରାଜେନ୍ଦ୍ର ଭୋଇ,ଉପଦେଷ୍ଟା ଲୋକନାଥ ବେହେରା,ସରପଞ୍ଚ ମକୁନ୍ଦ ଶବର, ଅତୁଲ୍ୟ ମେହେର, ତୀର୍ଥ ରାଜ ଗୋପାଳ ତଥା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଅଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *