July 2, 2025
Home » ଅବସର ଗ୍ରହଣ ଦିନ ପେନସନ୍ ଆଦେଶ କାଗଜପତ୍ର ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ !

ଅବସର ଗ୍ରହଣ ଦିନ ପେନସନ୍ ଆଦେଶ କାଗଜପତ୍ର ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ !

0
WhatsApp Image 2025-01-01 at 3.10.30 PM

ଛତ୍ରପୁର ନ୍ୟୁ-ପୋଲିସ୍ ଲାଇନ୍ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଛାୟାମୟୀ ଆଚାର୍ଯ୍ୟଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ମଙ୍ଗଳାବର ଅପରାହ୍ନରେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଶିକ୍ଷୟତ୍ରୀ ଶ୍ରୀମତୀ ଛାୟାମୟୀ ଆଚାର୍ଯ୍ୟଙ୍କ ଅବସର ଗ୍ରହଣ ଦିନରେ ହିଁ ପ୍ରଶାସନ ତରଫରୁ ତାଙ୍କୁ ପେନସନ୍ ଆଦେଶ କାଗଜପତ୍ର ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ ପ୍ରଶାସନ) ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏକ ସ୍ବତନ୍ତ୍ର ଆସରରେ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ ଚୂଡାନ୍ତ ଅବସର କାଳୀନ କାଗଜପତ୍ର ପ୍ରଦାନ କରିଥିଲେ । ବ୍ଳକ୍ ଶିକ୍ଷା ବିଭାଗ ପକ୍ଷରୁ ଏହି ତ୍ୱରାନିତ୍ୱ ପଦକ୍ଷେପ ଗ୍ରହଣ କରିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁସିବ୍ୟକ୍ତ କରାଯାଇଛି , ଯାହା କର୍ତ୍ତବ୍ୟରତ ମୁଖ୍ୟ କିରାଣୀ ଦୁର୍ଗା ପ୍ରସାଦ ଶତପଥୀ ଙ୍କୁ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ନମିତା ରାଉତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଯୁକ୍ତା ରଥ ପ୍ରମୁଖଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ପ୍ରଶଂସା କରି ଅଫିସିଆଲ୍ ଷ୍ଟାଫ୍ ଙ୍କୁ ସାଧୁବାଦ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏଭଳି ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ଏଭଳି ଆଶୁ ସୁବିଧା ବନ୍ଦୋବସ୍ତ ଓ ବ୍ୟବସ୍ଥପାନା ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *