July 31, 2025
Home » ଅବ୍ୟବସ୍ଥାରେ ଚିଲଡ୍ରେନ୍ ପାର୍କ

ଅବ୍ୟବସ୍ଥାରେ ଚିଲଡ୍ରେନ୍ ପାର୍କ

0
WhatsApp Image 2025-07-30 at 2.36.07 PM (1)

ପୁରୀ ସହରରେ ଥିବା ଅଧିକାଂଶ ଶିଶୁ ଉଦ୍ୟାନ ତଥା ଚିଲଡ୍ରେନ୍ ପାର୍କ ଗୁଡ଼ିକ ଏବେ ପରିତ୍ୟକ୍ତ ଅବସ୍ଥାରେ। ପାର୍କ ରେ ଲାଗିଥିବା ଖେଳ ଉପକରଣ ଭାଙ୍ଗିରୁଜି ଯାଇଥିବାବେଳେ ପାର୍କ ଗୁଡ଼ିକରେ ଅନାବନା ଗଛ ଉଠି ସରିସ୍ରୁପଙ୍କ ବାସଗୃହ ପାଲଟିଛି। ପୁରୀ ସହରରେ ଥିବା ଅଧିକାଂଶ ଚିଲଡ୍ରେନ୍ ପାର୍କ ଅବ୍ୟବସ୍ଥାରେ ଥିବାବେଳେ ପୁରୀ ସହର ବାସୀ ଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଶିଶୁମାନଙ୍କର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଉଦ୍ଦେଶ୍ୟ ନେଇ ପୁରୀ ସହର ଭିତରେ ବିଭିନ୍ନ ଅଞ୍ଚଳରେ ଚିଲଡ୍ରେନ୍ ପାର୍କ ଗୁଡିକ ନିର୍ମାଣ କରାଯାଇଥିଲା। ତେବେ ପୌରପାଳିକାର ଅବହେଳା ଯୋଗୁ ଅଧିକାଂଶ ପାର୍କ ଏବେ ପରିତ୍ୟକ୍ତ ହୋଇପଡ଼ିଛି।‌ ଏଠାରେ ପ୍ରଶ୍ନ ଉଠୁଛି? ଚିଲଡ୍ରେନ୍ ପାର୍କ ଆଳରେ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା ତାହା କାହା ସ୍ବାର୍ଥରେ? କେତେକ ଠିକାଦାର ଏବଂ ଅଧିକାରୀ ପାର୍କ ନିର୍ମାଣ ଆଳରେ ନିମ୍ନମାନର କାର୍ଯ୍ୟକରି କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ କରିଛନ୍ତି ସହର ବାସିନ୍ଦା। ପାର୍କ ପ୍ରକଳ୍ପ କୁ ନେଇ ଦୁର୍ନୀତିରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

ପୁରୀ ସହର ବାସିନ୍ଦା ସମିର ସାମନ୍ତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବ ସରକାର ଭଲ ପ୍ରକଳ୍ପ କରିଥିଲେ। ବିଭିନ୍ନ ସାହିରେ ଥିବା ସରକାରୀ ଯାଗା ଗୁଡିକରେ ଚିଲ୍ଡଡ୍ରେନ ପାର୍କ ନିର୍ମାଣ କରିଥିଲେ। ଏହା ଦ୍ଵାରା ଛୋଟ ପିଲା ମାନେ ଖେଳାଖେଳି କରୁଥିଲେ। ହେଲେ ଏବେ ସେହି ପାର୍କ ଏବେ ପୌର ପାଳିକା ଅବହେଳା ଓ ପରିଚାଳନା ତ୍ରୁଟି ଯୋଗୁଁ ପାର୍କ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ। ପାର୍କ ରେ ଥିବା ଭିତ୍ତିଭୂମି ଓ ଖେଳ ସାମଗ୍ରୀ ଭାଙ୍ଗିରୁଜି ଯାଇଚି। ଅନାବନା ଗଛ ଯୋଗୁ ପାର୍କ ରେ ଏବେ ସରୀସୃପ ଙ୍କ ଗୃହ ପାଲଟିଛି।

ସନ୍ଧ୍ୟା ହେଲେ ପରିତ୍ୟକ୍ତ ପାର୍କ ରେ ନିଶାଡି ଙ୍କ ଆଡା ଜମୁଁଚି। ଏଥି ପାଇଁ ଅପାରଗ ପୌର ଅଧିକାରୀ ଦାୟୀ। ସବୁ ପାର୍କ ଏବେ ଅବହେଳିତ ହୋଇ ପଡ଼ିଛି। ଆମେ ପୁରୀ ଜିଲା ପ୍ରଶାସନ କୁ ଅନୁରୋଧ କରୁଚୁ ପୂର୍ବ ଭଳି ଜେଉଁଭଳି ପାର୍କ କୁ ରକ୍ଷଣା ବେକ୍ଷଣ କରାଯାଉଥିଲା ତାହା ପୁଣି କରାଯାଉ। ପରିତ୍ୟକ୍ତ ଅବସ୍ଥାରେ ଥିବା ପାର୍କ ଗୁଡ଼ିକ ର ଉନ୍ନତି କରଣ କାର୍ଯ୍ୟ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଉ।

ପୁରୀ ର ସାମାଜିକ କର୍ମୀ ବିସ୍ମୟ ମିଶ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ସହର ରେ ଥିବା ଅଧିକାଂଶ ଚିଲ୍ଡଡ୍ରେନ ପାର୍କ ଏବେ ରକ୍ଷଣା ବେକ୍ଷଣ ଅଭାବରୁ ସମ୍ପୂର୍ଣ ବିପର୍ଯ୍ୟସ୍ତ୍ ହୋଇପଡ଼ିଛି। ଅନାବନା ଗଛ ଉଠି ସରୀସୃପ ଙ୍କ ଗୃହ ପାଲଟିଛି। ସନ୍ଧ୍ୟା ହେଲେ ମଦ୍ୟପ ଙ୍କ ଆଡଛି। ଚିଲ୍ଡଡ୍ରେନ ପାର୍କ ରେ କୋଟି କୋଟି ଖର୍ଚ୍ଚ କରାଯାଇ କାହା ସ୍ୱାର୍ଥରେ କରାଯାଇଛି। କେବଳ ଲୋକ ଙ୍କ ଉପରେ ଦୋଷ ଲଦି ନିଜ ମୁଣ୍ଡରୁ ଦୋଷ ଛଦାଇ ଦେଉଚି ପୁରୀ ପୌର ପାଳିକା। ବିପର୍ଯ୍ୟସ୍ତ ପାର୍କ କୁ ଦେଖିଲେ ଶାରୀରିକ ସୁସ୍ଥତା ପାଇଁ ପାର୍କ ବ୍ୟବହାର କଲେ ଲୋକ ଅସୁସ୍ଥ ହେବେ। ପାର୍କ ଗୁଡ଼ିକ ରେ ନିଶା ଖୋର୍ ଆଡା ସ୍ଥଳୀ ପାଲଟିଛି। ବିଭିନ୍ନ ଉପକରଣ ଭାଙ୍ଗି ରୁଜି ଗଲାଣି। ଉପର ସ୍ତରର ଅଧିକାରୀ ସମୀକ୍ଷା କରୁନାହାନ୍ତି।

ପରିଚାଳନା ଗତ ତ୍ରୁଟି ଯୋଗୁ ପାର୍କ ଗୁଡ଼ିକ ସୋଚନୀୟ ପ କାଡ଼ିଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୁଣି ପାର୍କ ଗୁଡ଼ିକ ପୁନରୁଦ୍ଧାର କରାଯାଇ ସ୍ବାଭାବିକ କରାଯାଉ।୨୦୨୧ ମସିହାରେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ପୁରୀ ପୌରାଞ୍ଚଳରେ ୨୫ ଟି ଶିଶୁ ଉଦ୍ୟାନ ପ୍ରକଳ୍ପ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୭.୧୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଶିଶୁ ଉଦ୍ୟାନ ନିର୍ମାଣ ପରେ ପୌରପାଳିକାର ପରିଚାଳନାଗତ ତ୍ରୁଟି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ଗୁଡ଼ିକ ଏବେ ପରିତ୍ୟକ୍ତ ଅବସ୍ଥାରେ। ସେପଟେ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି ସହରରେ ଥିବା ୩୧ ଟି ପାର୍କ ମଧ୍ୟରୁ ୧୮ ଟି ପାର୍କ ଏବେ ସୁଚାରୁରୂପେ କାର୍ଯ୍ୟକ୍ଷମ ଅଛି। ହେଲେ ଅନ୍ୟ ପାର୍କ ଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ କମିଟି ଗଠନ କରାଯାଇ ପରିଚାଳନା ପାଇଁ ଦାୟିତ୍ବ ଦିଆଯିବ। ପାର୍କ ଗୁଡ଼ିକୁ ଖୁବଶୀଘ୍ର ସଫେଇ କରାଯାଇ ଭାଙ୍ଗି ଯାଇଥିବା ଭିତ୍ତିଭୂମିର ଉନ୍ନତି କରଣ କରାଯିବ। ଶିଶୁ ଉଦ୍ୟାନ ନିର୍ମାଣ ଆଳରେ ପୁରୀ ପୌରପାଳିକାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ପାର୍କ ଗୁଡ଼ିକର ସ୍ଥିତିକୁ ଦୃଖିଲେ ସ୍ପଷ୍ଟ ହେବାରେ ଲାଗିଛି। ତେବେ ପାର୍କ ନିର୍ମାଣ ଆଳରେ ଦୁର୍ନୀତିରେ ସଂପୃକ୍ତ ଥିବା ଅଧିକାରୀ ଙ୍କ ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଏବେ ପୁରୀ ସହରବାସୀଙ୍କ ଅପେକ୍ଷା।

puri epa ru soubhagya pattanayak nka report

Leave a Reply

Your email address will not be published. Required fields are marked *