December 23, 2025
Home » ଅବ୍ୟବସ୍ଥା ଘେରରେ ରାଶିନାଜୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁ

ଅବ୍ୟବସ୍ଥା ଘେରରେ ରାଶିନାଜୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁ

0
WhatsApp Image 2025-10-10 at 11.44.11 AM (1)

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ପାଡାଙ୍ଗି ଗ୍ରାମ ପଞ୍ଚାୟତରେ 1965 ମସିହାରେ ରାଶିନାଜୁ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ଓ 40 ଜଣ ପୁଅ ଛାତ୍ରାବାସ ରେ ରହି ପାଠ ପଢ଼ିଥିଲେ,2016 ମସିହା ରେ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଲା ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ିଛନ୍ତି।100 ଶର୍ଯ୍ୟା ବିଶିଷ୍ଟ ଛାତ୍ରୀନିବାସ ରହିଛି।

ହେଲେ ଭିତିଭୂମି ଠିକ୍ ନାହିଁ। ନାହିଁ ନାହିଁ ରେ ଚାଲିଛି 100 ପର୍ଯ୍ୟା ବିଶିଷ୍ଟ ଛାତ୍ରୀନିବାସ,40 ଜଣ ପୁଅ ଛାତ୍ରାବାସ ରେ ରହି ପାଠ ପଢ଼ିଥିଲେ ମଧ୍ୟ ଛାତ୍ରାବାସ ରେ ଶ୍ରେଣୀ ଗୃହ ପାଲଟିଛି।ଏହି ବିଦ୍ୟାଳୟରେ କେବଳ ଅନୂସୁଚିତ ଜାତି, ଅନୁସୂଚିତ ଜନଜାତି ର ଛାତ୍ରଛାତ୍ରୀ ହଷ୍ଟେଲ ରେ ରହୁଥିବା ଓ ଡେସକଲାର ଛାତ୍ରଛାତ୍ରୀ ସଂଖ୍ୟା ମାତ୍ର 45ଜଣ ହେଲେ 5 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅଛନ୍ତି,172ଜଣ ଛାତ୍ରଛାତ୍ରୀ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଅଧ୍ୟୟନ କରୁଛନ୍ତି। ଶ୍ରେଣୀ ଗୃହ ଅଭାବ ଯୋଗୁଁ ଗୋଟିଏ ଶ୍ରେଣୀ ଗୃହ ରେ ଶିଶୁ ବାଟିକା,ପ୍ରଥମ, ଦ୍ଵିତୀୟ ଶ୍ରେଣୀ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଛନ୍ତି,ଆଉ ଗୋଟେ ଶ୍ରେଣୀ ଗୃହ ରେ ଷଷ୍ଠ , ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଦୁର୍ଭାଗ୍ୟ ଯେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରାବାସ ଗୃହ ରେ ଚାଲିଛି ଚତୁର୍ଥ ଶ୍ରେଣୀ, ଛାତ୍ରୀଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶୋଚାଳୟ ର ମରାମତି ଅଭାବ ସାଙ୍ଗକୁ ପାଣି ଗଳୁଛି। ହଷ୍ଟେଲ ଛାତ୍ରଛାତ୍ରୀ ଙ୍କ ପାଇଁ ଉଦ୍ଧିଷ୍ଟ ରୋଷେଇ ଗୃହ ଅଦ୍ୟାବଧି ଅଧାପନ୍ତରିଆ ଅବସ୍ଥା ରେ,ଏମ.ଡି.ଏମ ରୋଷେଇ ଗୃହ ନିର୍ମାଣ ହୋଇନାହିଁ ସରପଞ୍ଚ ଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।100 ପର୍ଯ୍ୟା ବିଶିଷ୍ଟ ଛାତ୍ରୀନିବାସ ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ର ଛାତ୍ରୀ ମାନେ ରହିବାର ବ୍ୟବସ୍ଥା ରହିଛି ହେଲେ ଭିତିଭୂମି ଠିକ୍ ନାହିଁ କି ଡାଇନିଙ୍ଗି ଗୃହ ର ବ୍ୟବସ୍ତା ଆଜିଯାଏଁ କରାଯାଇ ନାହିଁ,ସୋଲାର ଲାଇଟ୍ ଲାଗି ନାହିଁ,ମଇଳା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ଠିକ ନାହିଁ, ଛାତ୍ରଛାତ୍ରୀ ମାନେ ଇତସ୍ତତଃ ହୋଇ ଖାଦ୍ୟ ଖାଉଛନ୍ତି

 

, ବାଲିଗୁଡା ଆଇ.ଟି.ଡି.ଏ କୁ ବାରମ୍ବାର ଗୁହାରି କରାଯାଉଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ପଡ଼ିରହିଛି। ଶିକ୍ଷା ର ମାନଦଣ୍ଡ ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଗୁରୁଜୀ ମାନଙ୍କ ଦାୟିତ୍ଵ ଗୁରୁତ୍ବପୂର୍ଣ୍ଣ ଭୂମିକା ହେଲେ ଶୁଣୁଛି କିଏ, ଦୀର୍ଘ ବର୍ଷ ପରେ ଓଡ଼ିଶାର ମାନଚିତ୍ର ବଦଳିଛି, ରାଜନୀତି ପରିବର୍ତ୍ତନ ହୋଇଛି, ବର୍ତ୍ତମାନ ବି.ଜେ.ପି ଦଳର ଦକ୍ଷ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଚାଲିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ଅବ୍ୟବସ୍ଥା ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ତେବେ ରାଶିନାଜୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି କନ୍ଧମାଳ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡ଼ିଲେ ବିଦ୍ୟାଳୟ ର ସମସ୍ତ ସମସ୍ୟା ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ ହେଲେ ଜିଲ୍ଲାପାଳ ଙ୍କ ଦୃଷ୍ଟି କେବେ ପଡୁଛି ସାଧାରଣ ରେ ଦେଖିବାକୁ ବାକି ରହିଲା।

 

ଇ.ପି.ଏ ରୁ ବାଲିଗୁଡା ଉପଖଣ୍ଡ ରିପୋର୍ଟ ମଧୁସ୍ମିତା ନାୟକ।

Leave a Reply

Your email address will not be published. Required fields are marked *