May 9, 2025
Home » ଅଭାବନୀୟ ଘଟଣା…. ଅବ୍ୟବହୃତ କୂଅ ରେ ଖସି ୬ ବର୍ଷୀୟ ଶିଶୁ ମୃତ।

ଅଭାବନୀୟ ଘଟଣା…. ଅବ୍ୟବହୃତ କୂଅ ରେ ଖସି ୬ ବର୍ଷୀୟ ଶିଶୁ ମୃତ।

0
WhatsApp Image 2024-07-27 at 1.03.41 PM

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜେନାଖାଲ ପଡ଼ା ଠାରେ ଏକ ଅବ୍ୟବହୃତ କୂଅରେ ଖସି ୬ ବର୍ଷୀୟ ଶିଶୁ ମୃତ। ବାଳକ ଜଣକ ହେଲେ ପିଣ୍ଟୁ ନାଏକଙ୍କ ପୁଅ ପ୍ରିନ୍ସ ନାଏକ। ସନ୍ଧ୍ୟା ୫ ଟାରେ ଦୁଇ ଜଣ ଶିଶୁ ଖେଳୁଥିବା ସମୟରେ ଅସାବଧାନତା ଯୋଗୁଁ ଦୁଇ ଜଣ କୂଅ ରେ ପଡ଼ି ଯାଇଥିବା ବେଳେ ଜଣେ ବାହାରକୁ ଆସି ପ୍ରିନ୍ସ ଙ୍କ ବାପାଙ୍କୁ ଖବର ଦେଇଥିଲେ।

 

ପରିବାର ଲୋକେ ଜାଣିବା ପରେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ୨ ଘଣ୍ଟା ପରିଶ୍ରମ ପରେ ଛୁଆକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚାଇ ଥିଲେ। ଡ଼ାକ୍ତରଖାନାରେ ଶିଶୁଙ୍କୁ ସଂଧ୍ୟା ୮ ଟା ୪୦ ରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *