ଅଭାବୀ ଅନୁନ୍ନତ ଜଙ୍ଗଲଘେରୀ ଅଞ୍ଚଳବାସୀ ଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

ଓଡିଶା ରାଜ୍ୟ ରେ ଶୀତ ର ପ୍ରଭାବ ଅନ୍ୟ ଜିଲ୍ଲା ହିସାବ ରେ କନ୍ଧମାଳ ଜିଲ୍ଲାରେ ଅଧିକ ଅନୁଭୂତ ହୋଇଥାଏ। ଏହି ଜିଲ୍ଲାର ଦାରିଙ୍ଗବାଡି କୁ ଓଡିଶା ର କାଶ୍ମୀର ବୋଲି କୁହାଯାଏ। ଏହି ଦରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପ୍ରାୟ ପାହାଡ ଜଙ୍ଗଲ ରେ ପରିପୂର୍ଣ୍ଣ। ଶୀତ ଋତୁ ରେ ଏହି ସାବୁ ସ୍ଥାନ ମାନଙ୍କ ରେ ଶୀତ ର ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ। ଏହାକୁ ଦୃଷ୍ଟି ରେ ରଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଅଞ୍ଚଳ ରେ କମ୍ବଳ ବଣ୍ଟନ ପାଇଁ ବ୍ୟବସ୍ତା କରିଥିଲେ। ଏହି ଗ୍ରାମ ର ନାମ ଥିଲା ବୁଡ଼ାକିଆ। କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗମିକିଆ ପଂଚାୟତ ର ବୁଡାକିଆ ଗ୍ରାମ କୁ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ପହଞ୍ଚିଥିଲେ। ଏହି ଗ୍ରାମ ଟି ଏତେ ଅନୁନ୍ନତ ଯେ ଦୁନିଆ ରୁ ବିଛିନ୍ନ ପରି ଲାଗୁଥିଲା। ସେଠି ପହଞ୍ଚି ପାରିନି ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ। ଅତି ଅଭାବ ରେ ରହୁଥିବା ଲୋକ ମାନଙ୍କ ପାଖରେ ଯେତେବେଳେ କପଡା ଓ କମ୍ବଳ ପହଞ୍ଚିଥିଲା, ତାଙ୍କ ଖୁସୀ କହିଲେ ନ ସରେ। ଏହି ଗ୍ରାମ କୁ ଯିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ ଦେଇ ତିନି କିଲୋମିଟର ଯିବା ପରେ ଏହି ଗ୍ରାମ ପଡ଼ିଥିଲା। କେଉଁଠି ଉଠାଣୀ କେଉଁଠି ପଥର, କେଉଁଠି ଜଙ୍ଗଲ ଜୀବ ଜନ୍ତୁ ଙ୍କ ଭୟ ଏ ସବୁ କୁ ଖାତିର ନ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନୂତନ ଜଙ୍ଗଲଘେରି ବାସୀ ଙ୍କ ପାଇଁ ନୂତନ ବର୍ଷ ର ବନ୍ଧୁମିଳନ। ଯେଉଁ ବାୟସ୍କ ମାନେ କମ୍ବଳ ପାଇଥିଲେ , ତାଙ୍କର ଖୁସୀ ର ଆଶିର୍ବାଦ ଆମ ଟ୍ରଷ୍ଟ ପାଇଁ ବରଦାନ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି କହିଛନ୍ତି। ଆଜି ର ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ଭାଇ ମାନେ ହେଲେ ଦିଲ୍ଲିପ କୁମାର ନାଥ, ରମେଶ ଦେହୁରୀ, ନିହାର ରଞ୍ଜନ ସାହୁ,ସଂଗ୍ରାମ କୁମାର ଦାସ, କାଳନ୍ଦୀ ମଲ୍ଲିକ , ତିଲେସ ପ୍ରଧାନ, ସୁଜନ କୁମାର ମଲ୍ଲିକ, ତପନ କୁମାର ନାଥ ଓ ମନୋଜ କୁମାର ରାଉତ।